ଭୁବନେଶ୍ୱର : ବିବାଦୀୟ ବୈକୁଣ୍ଠ ଧାମରେ ଚାଲିବ ବୁଲଡୋଜର । ମାଟିରେ ମିଶିବ ଆଶ୍ରମ । କାଲି ସରିଥିଲା ମାପଚୁପ । ଆତ୍ମଘୋଷିତ ବାବା କାଷୀ ବୈକୁଣ୍ଠଧାମ ଆସ୍ରମ ସରକାରୀ ଜମିରେ ନିର୍ମାଣ ହୋଇଥିବା ଜମିରେ ନିର୍ମାଣ ହୋଇଥିବା ଜାଣିବାକୁ ପାଇଛି ସାଧାରଣ ପ୍ରଶାସନ । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦେଶପରେ ଆଶ୍ରମ ଓ ଏହାର ଚାରିପାଖରେ ହୋଇଥିଲା ମାପଚୁପ । ଜିଏ, ବିଡିଏ ଓ ତହସିଲଦାର ଅଧିକାରୀ ମାନେ କରିଥିଲେ ମାପଚୁପ । ୮ କୋଟି ଟଙ୍କା ମୂଲ୍ୟରେ ଜମିରେ ଗଢାଯାଇଥିଲା ବେଆଇନ ମଣ୍ଡପ କୋଠା ଆଉ ରୋଷଶାଳା ।
ସେପଟେ ଆଶ୍ରମରେ ଚାଲିଥିଲା ପଲଙ୍କ ସେବା । ବୈକୁଣ୍ଠ ଧାମ ଆଶ୍ରମର ଆଉ ଏକ ଘର ଠାବ ହୋଇଛି । ଏହି ଘରେ ବିଦେଶୀ ଭକ୍ତ ରହୁଥିବା ଖବର ମିଳିଛି । ଆଖପାଖ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଆଶ୍ରମ ଭିତରକୁ ପ୍ରବେଶ ମନା ଥିଲା । କିନ୍ତୁ ବାହାରୁ ଆସୁଥିବା ଭକ୍ତଙ୍କ ପାଇଁ ଏହି ଘରେ କରାଯାଇଥିଲା ସ୍ୱତନ୍ତ୍ର ବ୍ୟବସ୍ଥା । ବିବାଦ ତେଜିବା ପରେ ଭଗବାନ କୁଆଡେ ଗାୟବ ହୋଇ ଯାଇଛନ୍ତି । ତେବେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।
କାଲି ସରିଲା ମାପଚୁପ , ଆଜି ଚାଲିପାରେ ବିବାଦୀୟ ବୈକୁଣ୍ଠ ଧାମରେ ବୁଲଡୋଜର

Facebook
Twitter
LinkedIn
Facebook
Twitter
LinkedIn
Recent News
ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ
ବିହାର : ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ । ବିହାର ସିବାନ ଜିଲ୍ଲାରେ ଘଟିଛି ଏହି ଘଟଣା । ଭଗବାନପୁର...
ରୋହିଙ୍ଗ୍ୟା ସନେ୍ଦହରେ ପ୍ରାୟ ୪୪୦ ଅଟକ
ଝାରସୁଗୁଡା : ଝାରସୁଗୁଡ଼ାରେ ରୋହିଙ୍ଗ୍ୟା । ରୋହିଙ୍ଗ୍ୟା ସନ୍ଦେହରେ ପ୍ରାୟ ୪୪୦ ଜଣ ଅଟକ। ଝାରସୁଗୁଡାର ବ୍ଲାକ ଡାଇମଣ୍ଡ ସ୍କୁଲ ଓ ଏକ କଲ୍ୟାଣ ମଣ୍ଡପରେ ଅଟକମାନଙ୍କୁ...
ଆସନ୍ତାକାଲି ଭାରତ ବନ୍ଦ, ମିଳିତ ମଞ୍ଚର ଧର୍ମଘଟ ଡାକରା
ନୂଆଦିଲ୍ଲୀ : ଆସନ୍ତାକାଲି ଭାରତ ବନ୍ଦ । ୨୫ କୋଟିରୁ ଅଧିକ ଶ୍ରମିକ, ଯେଉଁମାନେ ବ୍ୟାଙ୍କିଙ୍ଗ, ଡାକ ସେବା, ଖଣି, ନିର୍ମାଣ ଓ ପରିବହନ ଭଳି ସରକାରୀ...
ଆସାମରେ ଭୂକମ୍ପର ଝଟକା
ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...