The Ultimate Managed Hosting Platform
ADVERTISEMENT

ବିଷ ବଳୟରେ ଦିଲ୍ଲୀ ; ଆଜିଠୁ ଦିଲ୍ଲୀରେ ସବୁ ସ୍କୁଲ ବନ୍ଦ, ଲାଗୁ ହେଲା ଗ୍ରାପ-୪

Facebook
Twitter
LinkedIn

ନୂଆଦିଲ୍ଲୀ : ଆଜିଠୁ ଦିଲ୍ଲୀରେ ସବୁ ସ୍କୁଲ ବନ୍ଦ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ପ୍ରବଳ ପ୍ରଦୂଷଣ ଯୋଗୁଁ ସ୍କୁଲ ବନ୍ଦ ନିଷ୍ପତ୍ତି ନିଆଯାଇଥିବା ବେଳେ ଅନଲାଇନରେ ପାଠପଢା ଚାଲିବ । ଦିଲ୍ଲୀ ୟୁନିର୍ଭସିଟିରେ ମଧ୍ୟ ଅନଲାଇନରେ ହେବ ପାଠପଢା । ସରକାରୀ ବେସରକାରୀ ଅଫିସ ୫୦ ପ୍ରତିଶତ କର୍ମଚାରୀରେ କାମ କରିବା ସହ ଅନ୍ୟମାନେ ୱାର୍କ ଫ୍ରମ ହୋମ କରିବାକୁ କୁହାଯାଇଛି । ଦିଲ୍ଲୀକୁ ବାହାର ରାଜ୍ୟରୁ ଆସୁଥିବା ଟ୍ରକ ପ୍ରବେଶ କରିପାରିବେ ନାହିଁ . ଦିଲ୍ଲୀ ବାହାରେ ପଞ୍ଜୀକୃତ ହାଲୁକା ବବସାୟିକ ଯାନ ବି ପ୍ରବେଶ କରିପାରେ ନାହିଁ । ଦିଲ୍ଲୀ ଏନସିଆରରେ ସମସ୍ତ ନିର୍ମାଣ ଓ ଭଙ୍ଗା କାର୍ଯ୍ୟ ବନ୍ଦ ରହିବ । ଏଥି ସହ ଦିଲ୍ଲୀରେ ଅଡ ଇଭନ ନମ୍ବର ଗାଡି ଚଳାଚଳ ପାଇ କୁହାଯାଇଛି ।
ଅନ୍ୟପଟେ କେବଳ ସିଏନଜି , ଇଲେକ୍ଟ୍ରି ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ନେଇ ଆସୁଥିବା ଟ୍ରକକୁ ପ୍ରବେଶ ଅନୁମତି ରହିବ । ମେଟ୍ରୋ, ବସ , ଟ୍ୟାକ୍ସି ସେବା ଜାରି ରହିବ । ରିଟେଲ ଦୋକାନ , ଫାର୍ମାସୀ , ପେଟ୍ରୋଲ ପମ୍ପ ,ରାଶନ ବିତରଣ କେନ୍ଦ୍ର ଭଳି ସେବ ଖୋଲା ରହିବ । ବିଦ୍ୟୁତ , ପାଣି ସେବା ମଧ୍ୟ ଖୋଲା ରହିବ ।
ତେବେ ଗତ କିଛିଦିନ ଧରି ରାଜଧାନୀ ଦିଲ୍ଲୀ ଧୂଆଁମୟ ହୋଇ ରହିଛି । ନଭେମ୍ବର ମାସ ଆରମ୍ଭ ହେବା ପୂର୍ବରୁ ଦିଲ୍ଲୀରେ ଏମିତି ଘଟିଛି । ପ୍ରତି ଅଞ୍ଚଳ ଏକ୍ୟୁଆଇ ସ୍ତର ଅତିକ୍ରମ କରିବାରେ ଲାଗିଛି । ଦିଲ୍ଲୀ ଏନସିଆରରେ ଏକ୍ୟୁଆଇ ମାତ୍ରା ୪୨୬ ଅତିକ୍ରମ କରିବା ପରେ ଜିଆରଏପି-୪ ଲାଗୁ କରିଛନ୍ତି ସରକାର । ତେବେ ଏଠି ପ୍ରଶ୍ନ ଉଠୁଛି ଶୀତଦିନେ କାହିଁକି ଦିଲ୍ଲୀରେ ବାୟୁ ପ୍ରଦୂଷଣ ବଢିବାରେ ଲାଗୁଛି । ଗ୍ରେଟ ସ୍ମଗ ଅଫ ଲଣ୍ଡନ ଘଟଣାକୁ ଦେଖିଲେ ପ୍ରଦୂଷଣ ଯେ କେତେ ଜୀବନ ନେଇପାରେ ତାହା ଅନୁମାନ କରିହୁଏ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login