ଭୁବନେଶ୍ୱର : ଅମାପ ସମ୍ପତ୍ତିର ମାଲିକ ଥିଲେ ତାଳଚେର ଖଣି ଉପନିଦେ୍ର୍ଦଶକ । ଗତକାଲି ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଧରଣୀଧରଙ୍କ କାର୍ୟ୍ୟାଳୟ ସମେତ ବିଭିନ୍ନ ସ୍ଥାନରେ ରେଡ କରିଥିଲା ଭିଜିଲାନ୍ସ । ରେଡ ବେଳେ ଭୁବନେଶ୍ଵର ପଟିଆରେ ପ୍ରାୟ ଦେଢ଼ କୋଟିର ଫ୍ଲାଟ, ସୁନ୍ଦରପଦାରେ ୧୮୦୦ ବର୍ଗ ଫୁଟ୍ ର ଡୁପ୍ଲେକ୍ସ, କେନ୍ଦୁଝର ତେଲକୋଇରେ ଦୁଇ ମହଲା ବିଶିଷ୍ଟ ମାର୍କେଟ କଂପ୍ଲେକ୍ସ ଠାବ ହୋଇଥିଲା । ମାର୍କେଟ କଂପ୍ଲେକ୍ସରେ ଅଛି ୧୫ଟି ଦୋକାନ। ତା ଉପରେ ଆଉ ଏକ ମାର୍କେଟ କଂପ୍ଲେକ୍ସ ଅଛି, ଏଥିରେ ଅଛି ୪ଟି ଦୋକାନ। ତେଲକୋଇ ବଡ଼ିନାଳିରେ ନିର୍ମାଣାଧୀନ ଦୁଇ ମହଲା କୋଠା, ତେଲକୋଇ ଛାମୁଣ୍ଡାରେ ଗୋଟିଏ ବିଲଡିଂ, ଭୁବନେଶ୍ଵରର ପ୍ରାଇମ୍ ଲୋକେସନରେ ୨ଟି ଓ ତେଲକୋଇରେ ୭ଟି ପ୍ଲଟ । ଏହା ସହିତ ମିଳିଥିଲା ନଗଦ ୧୦ ଲକ୍ଷ ଟଙ୍କା । ୨୦୨୨ରେ ସେ ୭୫ ଲକ୍ଷ ଟଙ୍କାର ଲୋନ୍ ନେଇଥିଲେ। କିନ୍ତୁ ଆଶ୍ଚର୍ୟ୍ୟର କଥା ଦୁଇ ବର୍ଷ ଭିତରେ ସେହି ଋଣ ସେ ସୁଝି ଦେଇଥିଲେ ଧରଣୀଧର । ବେଆଇନ ଭାବେ ଆୟ କରିଥିବା ଟଙ୍କାରୁ ସେ ଏହି ଋଣ ସୁଝିଥିବାରୁ ଅନୁମାନ କରାଯାଉଛି। ଏହା ସହିତ ବ୍ୟାଙ୍କ, ବୀମା, ପୋଷ୍ଟାଲ ଜମାର ଆକଳନ କରାଯାଇଛି । ଗୋଟିଏ ଚାରି ଚକିଆ ଗାଡ଼ି ମଧ୍ୟ ଜବତ ହୋଇଛି। ଧରଣୀଧର ନାୟକ ଆୟବହିର୍ଭୁତ ସଂପତ୍ତି ଠୁଳ କରିବା ଅଭିଯୋଗରେ ଭୁବନେଶ୍ଵର, ତାଳଚେର, ତେଲକୋଇ, କେନ୍ଦୁଝରର ୮ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ। ନିଜ ବାସଭବନ, ପୈତୃକ ଘର, ଅଫିସ ସମେତ ବିଭିନ୍ନ ସ୍ଥାନରେ ରେଡ୍ କରିଥିଲା ଭିଜିଲାନ୍ସ।
ତାଳଚେର ଖଣି ଉପନିଦେ୍ର୍ଦଶକ ଗିରଫ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











