ବାଂଶପାଳ : ମୁର୍ମୂଷୁ ଅବସ୍ଥାରେ ଉଦ୍ଧାର ହେଲା ୧୨ ବର୍ଷର ବାଳକ । ପାଳ ଭାଡି ତଳୁ ଉଦ୍ଧାର ହେଲା ନାବାଳକ । କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା କରଦାଙ୍ଗି ଗାଁର ଏକ ପାଳ ଭାଡି ତଳୁ ନାବାଳକକୁ ଉଦ୍ଧାର କରାଯାଇଛି । ବାଳକ ଜଣଙ୍କ କରଦାଙ୍ଗି ଗାଁର ସଞ୍ଜୟ ପାତ୍ର ଓ ରିଙ୍କି ପାତ୍ରଙ୍କ ପୁଅ ଶାନ୍ତନୁ ପାତ୍ର । ବାଳକକୁ ଉଦ୍ଧାର କରାଯାଇ ତେଲକୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଏହି ଘଟଣାକୁ ନେଇ ତଦନ୍ତ ଚଳାଇଛି ପୋଲିସ । ଏ ଘଟଣାକୁ ନେଇ ଶାନ୍ତନୁଙ୍କ ମା ରିଙ୍କି ତେଲକୋଇ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ତଦନ୍ତ ଆରମ୍ଭ କରିଛି ।
Views: 86











