
କରଞ୍ଜିଆ : ଗୋରୁ ସହ ଷଣ୍ଢ ଚାଲଣା ସମୟରେ ବଜରଙ୍ଗୀ ଦଳ ଦ୍ୱାରା କାବୁ ।ବିଭିନ୍ନ ଗାଡି ମାଧ୍ୟମରେ ଗୋ ଚାଳନା ଜାଣିଥିବେ ମାତ୍ର ଗୋରୁ ସହ ଷଣ୍ଢମାନଙ୍କୁ ଚଲାଇଚଲାଇ ଚାଲଣା ପାଇଁ ନେବା ଘଟଣା ହୁଏତ ଏହା ପ୍ରଥମ । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ଯଶୀପୁର ଥାନା ମାହାର୍ଦ୍ଦାପଳାସା ନିକଟରେ । ସୂଚନା ଯୋଗ୍ୟ, ଗୋରୁ ସହ ଷଣ୍ଢଙ୍କୁ ଚାଳଣା କରାଯାଉଥିବା ବେଳେ ବଜରଙ୍ଗ ଦଳ ଓ ସ୍ଥାନୀୟ ଲୋକଙ୍କ ହାବୁଡରେ ପଡି ହଟହଟା ହୋଇଛନ୍ତି ବେପାରୀ । ହାଟବାଦଡାକୁ ବେପାରୀ ମାନେ ଗୋରୁ ଗୁଡିକୁ ଚଲାଇ ଚଲାଇ ନେବା ସମୟରେ ଗୋରୁଗୋଠ ଭିତରେ ଏକ ଷଣ୍ଢକୁ ଚଞ୍ଚକତା କରି ନେଇ ଯାଉଥିବା ବେଳେ ଯଶୀପୁର ବଜରଙ୍ଗଦଳ ନଜରରେ ଏହା ପଡିଯାଇଥିଲା । ବଜରଙ୍ଗଦଳ ସେମାନଙ୍କ ପିଛା କରି ଯଶୀପୁର ଥାନା ମାହାର୍ଦ୍ଦାପଳାସା ନିକଟରେ ସେଠାକାର ସ୍ଥାନୀୟ ଲୋକଙ୍କ ସହାୟତାରେ ସେଠାରେ ସମସ୍ତ ଗୋରୁଙ୍କ ସହ ବେପାରୀ ମାନଙ୍କୁ ଅଟକାଇ ଷଣ୍ଢ ଖୁରାରେ ଲାଗିଥିବା ଲୁହାଲାଲକୁ କାଢି ତୁରନ୍ତ ଷଣ୍ଢକୁ ଛାଡିଦେବା ପାଇଁ ଜିଦି କରିବାକୁ ଘଟଣା ସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା । ପରେ ସେଠାରେ ଯଶୀପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୋରୁ ଓ ଷଣ୍ଢଙ୍କୁୁ ଉଦ୍ଧାର କରିବା ପରେ ବୁଝାସୁଝା କରି ବେପାରୀଙ୍କୁ ସେଠାରୁ ପଠାଇ ଦେଇଥିଲେ ।