ବାଲେଶ୍ୱର : ପରିତ୍ୟକ୍ତ ଘରୁ ନାବାଳିକାର ମୃତଦେହ ଉଦ୍ଧାର ।ରେମୁଣା ଥାନା ଅଞ୍ଚଳର ଏକ ପରିତ୍ୟକ୍ତ ଘରୁ ମୃତଦେହ ଉଦ୍ଧାର ହୋଇଛି । ୩ ଦିନ ତଳୁ ନିଖୋଜ ଥିଲେ ୯ମ ଶ୍ରେଣୀର ଛାତ୍ରୀ । ଦୁଷ୍କର୍ମ ପରେ ହତ୍ୟା ହୋଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ । ଏକ ପରିତ୍ୟକ୍ତ ବନ୍ଦ କୋଠରୀ ଭିତରେ ଦୁର୍ଗନ୍ଧ ହେବାରୁ ସ୍ଥାନୀୟ ଲୋକ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଓ ସାଇଣ୍ଟିଫିକ୍ ଟିମ ଘଟଣାସ୍ଥଳରେ ପହଁଚି ନାବାଳିକାଙ୍କ ମୃତଦେହ ଉଦ୍ଧାର କରିଛି । ମୃତ ନାବାଳିକାଙ୍କ ବୟସ ୧୦ ବର୍ଷ ହେବ । ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଜଣକୁ ଅଟକ ରଖି ପଚରାଉଚରା କରୁଛି ରେମୁଣା ଥାନା ପୋଲିସ ।
Views: 55











