The Ultimate Managed Hosting Platform
ADVERTISEMENT

ଅମାନୁଷିକ ଭାବେ ଶାଶୂ ଉପରକୁ ଗରମ ପାଣି ଫୋପାଡିଲା ବୋହୂ,

Facebook
Twitter
LinkedIn

ଢେଙ୍କାନାଳ : ବୋହୂ ଭୁଲିଗଲା ମାନବିକତା । ଶାଶୂ ଉପରକୁ ପକାଇଲା ଗରମ ପାଣି । ବୋହୂ ଗରମ ପାଣି ପକାଉ ଥିବା ଭିଡିଓ ଭାଇରାଲ । ଢେଙ୍କାନାଳ ଜିଲ୍ଲା ଭୁବନରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ । ଅମାନୁଷିକ ଭାବରେ ଛାତ ଉପରେ ଥାଇ ବୋହୂ ଗରମ ପାଣି ପକାଉ ଥିବା ବେଳେ ନାତି ହାତରେ ଇଟା ଖଣ୍ଡ ଫୋପାଡୁ ଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଭୁବନ ଏନ୍ଏସି ଓ୍ବାଡ ନଂ – ୨ ରହୁଥିବା ରବି ସାହୁର ବୋହୂ ନନ୍ଦିନୀ ସାହୁ ପାରିବାରିକ କଳହ ପାଇଁ ଶାଶୂ ବାଜ ସାହୁ ଉପରେ ଗରମ ପାଣି ଫୋପାଡୁଥିବା ସୂଚନା ରହିଛି । ବାପା ବୁଦ୍ଧିମନ୍ତ ସାହୁ ୪ ପୁଅ ରହିବା ପାଇଁ ଘର ତିଆରି କରିଥିଲେ। କିନ୍ତୁ ବଡ ପୁଅ ରବି ସାହୁ ବାପା, ମାଆ ଓ ଅନ୍ୟ ଭାଇମାନଙ୍କୁ ସେ ଘରେ ରହିବା ପାଇଁ ଅନୁମତି ନଦେବାରୁ ବୃଦ୍ଧ ବାପା ମାଆ ପ୍ରତିବାଦ କରିଥିଲେ । ସେହି ଘରକୁ ପ୍ରବେଶ କରାଇ ନଦେବା ପାଇଁ ଶାଶୂଙ୍କ ଉପରେ ବୋହୂ ଗରମ ପାଣି ଫୋପାଡୁଥିବା ଦେଖିବାକୁ ମିଳିଛି । ଯାହାର ଭିଡିଓ ଭାଇରାଲ ହୋଇଛି । ଏ ନେଇ ଭୁବନ ଥାନାରେ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login