ପାଟଣାଗଡ : ପାଟଣାଗଡ ଅଞ୍ଚଳରେ ବ୍ୟାପୁଛି ଝାଡାବାନ୍ତି । ବାଲାଙ୍ଗୀର ଜିଲ୍ଲାର ପାଟଣାଗଡ ବ୍ଲକର ଘସିଏନ, ଖୁର୍ସେଲ, ଇନପୁର, ଲରମ୍ଭା ଓ କୁତୁର୍ଲାରେ ଶହେରୁ ଅଧିକ ଲୋକ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କୁ ଘସିଏନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଖବର ପାଇବାପରେ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି , ସ୍ୱାସ୍ଥ୍ୟକେନ୍ଦ୍ରରେ ପହଁଚିଥିଲେ । ପରେ ଘଟଣା ନେଇ ବଲାଙ୍ଗିର ଜିଲ୍ଲାପାଶ ଓ ସିଡିଏମଓଙ୍କୁ ଅବଗତ କରାଇଛନ୍ତି । ସ୍ଥିତି ଅନୁଧ୍ୟାନ କରୁଛନ୍ତି ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଓ ପାଟଣାଗଡ ଉପଜିଲ୍ଲାପାଳ । ଘରକୁ ଘର ବୁଲି ଲୋକଙ୍କୁ ସଚେତନ କରୁଛନ୍ତି ଆଶା ଓ ଅଙ୍ଗନବାଡି କର୍ମୀ ।
Views: 70











