The Ultimate Managed Hosting Platform
ADVERTISEMENT

ବିବାହ କରିବେ ରଶ୍ମିକା ମନ୍ଦାନା-ବିଜୟ ଦେବରକୋଣ୍ଡା

Facebook
Twitter
LinkedIn

ମୁମ୍ବାଇ : ସାଉଥର ଲୋକପ୍ରିୟ ତଥା ଚର୍ଚ୍ଚିତ ଅଭିନେତ୍ରୀ ରଶ୍ମିକା ମନ୍ଦାନା । ନିକଟରେ ତାଙ୍କର ସୁପରହିଟ୍ ଫିଲ୍ମ ପୁଷ୍ପା ରିଲିଜ୍ ହେବା ପରେ ସେ ଆହୁରି ଅଧିକ ଲୋକପ୍ରିୟ ହୋଇ ଯାଇଛନ୍ତି । ପୁଷ୍ପା ଫିଲ୍ମରେ ରଶ୍ମିକା ମନ୍ଦାନାଙ୍କ ଚରିତ୍‌୍ରକୁ ବେଶ୍ ପସନ୍ଦ କରିଥିଲେ ଦର୍ଶକ । ଅଭିନେତା ବିଜୟ ଦେବରକୋଣ୍ଡାଙ୍କ ତାଙ୍କ ଆଫେୟାର୍ସକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ଅଭିନେତା ବିଜୟ ଦେବରକୋଣ୍ଡାଙ୍କ ସହ ତାଙ୍କର ଅନ୍ ସ୍କ୍ରିନ୍ ଓ ଅଫ୍ ସ୍କ୍ରିନ୍ ଯୋଡିକୁ ଫ୍ୟାନ୍ସମାନେ ଖୁବ୍ ପସନ୍ଦ କରୁଥିବା ବେଳେ । ଏବେ ଦୁହିଁଙ୍କୁ ବର୍ତ୍ତମାନ ଏକାଠି ବହୁ ଥର ଦେଖିବାକୁ ମିଳୁଛି ।

କିଛି ଦିନ ତଳେ ରଶ୍ମିକା ଓ ବିଜୟଙ୍କୁ ମୁମ୍ବାଇରେ ସ୍ପଟ୍ କରାଯାଇଥିଲା। ତେବେ ବର୍ତ୍ତମାନ ସେମାନଙ୍କ ମଧ୍ୟରେ ଲିଙ୍କଅପ୍‌କୁ ନେଇ ସୋସିଆଲ୍ ମିଡିଆରେ ଗୁଜବ ଉଠିବାରେ ଲାଗିଛି। ଅନ୍ୟପଟେ ରଶ୍ମିକା ଓ ବିଜୟଙ୍କ ଆଫାୟାର୍ସ ଗୁଜବ ବୋଲି ମଧ୍ୟ ଶୁଣିବାକୁ ମିଳିଥିଲା । ହେଲେ ତେବେ ଏବେ ସେମାନଙ୍କ ବିବାହକୁ ନେଇ ମଧ୍ୟ ଖବର ଆସିବାରେ ଲାଗିଛି ଯାହା ଏବେ ଚର୍ଚ୍ଚା ଜୋର ଧରିଛି । ଏବେ ଶୁଣିବାକୁ ମିଳୁଛି କି ଦୁହେଁ ଆସନ୍ତା ବର୍ଷରେ ବିବାହ କରିବାକୁ ଯାଉଛନ୍ତି।

କିନ୍ତୁ ବର୍ତ୍ତମାନ ପର‌୍ୟ୍ୟନ୍ତ ରଶ୍ମିକା ଓ ବିଜୟ ଏହାକୁ ନେଇ କିଛି ବି ମତ ଦେଇ ନାହାନ୍ତି। ବିଜୟ ଦେବରକୋଣ୍ଡା ଓ ରଶ୍ମିକା ମନ୍ଦାନା ଏକାଠି ଡିୟର୍ କମରେଡ୍ ଓ ଗୀତା ଗୋବିନ୍ଦାରେ ଦୁଇଟି ସୁପର୍ ହିଟ୍ ଫିଲ୍ମରେ ନଜର ଆସିଥିଲେ । ଏହି ଫିଲ୍ମ ଦୁଇଟି ସୁପର୍ ହିଟ୍ ହେବା ପରେ ଫ୍ୟାନ୍ସ ମାନେ ଏହି ଯୋଡ଼ିଙ୍କୁ ଖୁବ୍ ପସନ୍ଦ କରିଥିଲେ । ନିକଟରେ ରଶ୍ମିକାଙ୍କର ଏକ ସାକ୍ଷାତକକାର ହୋଇଥିଲା ଯେଉଁଥିରେ ସେ ତାଙ୍କ ବ୍ୟକ୍ତିଗତ, ପ୍ରେମ ଓ ବିବାହକୁ ନେଇ ଖୁଲାସା କରିଥିଲେ । ସେ କହିଥିଲେ କି ବିବାହ ପାଇଁ ମୁଁ ଏବେ ଛୋଟ ଅଛି , ସେ ବିଷୟରେ ଏପର‌୍ୟ୍ୟନ୍ତ କିଛି ବି ଭାବି ନାହିଁ । ଯେବେ ସବୁ କିଛି ହବ ମୁଁ ଜଣାଇବି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

ADVERTISEMENT
ରୁଷିଆକୁ ଯୁଦ୍ଧ ବନ୍ଦ କରିବାକୁ ନିଦେ୍ର୍ଦଶ ଦେଲେ ଟ୍ରମ୍ପ

ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା

ୱାସିଂଟନ : ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା । ୱାଶିଂଟନ୍ ଡିସି ଗୁଳିକାଣ୍ଡ ପରେ କଠୋର ପଦକ୍ଷେପ ନେଲା ଟ୍ରମ୍ପ ପ୍ରଶାସନ। ଆଫଗାନିସ୍ତାନ ପାସପୋର୍ଟଧାରୀଙ୍କ ଭିସା ବନ୍ଦ...

Login