The Ultimate Managed Hosting Platform
ADVERTISEMENT

ଆଜି ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ, ଆରମ୍ଭରୁ ହଙ୍ଗାମା । ୪ଟା ଯାଏଁ ଗୃହ ମୁଲତବୀ

Facebook
Twitter
LinkedIn

ଭୁବନେଶ୍ୱର : ଆଜି ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ । ଅଧିବେଶନ ଆରମ୍ଭରୁ ହଙ୍ଗାମା। ଦୁଇ ବିରୋଧୀ ବିଜେଡି ଓ କଂଗ୍ରେସ ବିଭିନ୍ନ ପ୍ରସଙ୍ଗ ଗୃହରେ ଉଠାଇବା ପରେ ହଟ୍ଟଗୋଳ ହୋଇଛି। ସ୍ଥିତି ସ୍ବାଭାବିକ ହୋଇନପାରିବାରୁ ଗୃହକୁ ୪ଟା ଯାଏ ମୁଲତବୀ ରଖିଛନ୍ତି ବାଚସ୍ପତି। ଆଜି ଗୃହ କାର୍ୟ୍ୟ ଆରମ୍ଭ ହେବା ପରେ ପ୍ରଶ୍ନକାଳରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଛାତ୍ର ସଂସଦ ନିର୍ବାଚନ କରାଇବାକୁ ଦାବି କରିଥିଲେ। ଗୃହର ମଧ୍ୟ ଭାଗରେ କଂଗ୍ରେସ ବିଧାୟକମାନେ ପ୍ରତିବାଦ କରିଥିଲେ। ବିଜେଡି ମଧ୍ୟ ନିଜ ଆସନରେ ଠିଆ ହୋଇ ପ୍ରତିବାଦ କରିଛି। ଏହା ସହିତ ମୁଖ୍ୟ ବିରୋଧୀ ଦଳ ବିଜେଡି ରାଜ୍ୟପାଳଙ୍କ ପୁଅ ଓଡ଼ିଆ ଏଏସଓଙ୍କୁ ମାଡ଼ ମାରିବା ପ୍ରସଙ୍ଗ ଉଠାଇଥିଲା। ଏହି ଘଟଣାରେ ଅଭିଯୁକ୍ତ ବିରୋଧରେ କଡ଼ା କାର୍ୟ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲା ବିଜେଡି। ଏହି ସବୁ ପ୍ରସଙ୍ଗରେ ପ୍ରବଳ ହଟ୍ଟଗୋଳ ହୋଇଛି। ତା ପରେ ବାଚସ୍ପତି ଅପରାହ୍ନ ୪ଟା ଯାଏ ଗୃହକୁ ମୁଲତବୀ ରଖିଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login