ନୂଆଦିଲ୍ଲୀ : ଋଷରେ ଶକ୍ତିଶାଳୀ ଭୂକମ୍ପ । ଋଷରେ ଥିବା ଶିବେଲୁଚ ଆଗ୍ନେୟଗିରି ବିସ୍ଫୋରଣ ହୋଇଛି । ଋଷର ଉପକୂଳରେ ଭୂମିକମ୍ପ ଅନୁଭୂତ ହେବା ସହ ଆଗ୍ନେୟଗିରି ଉଦଗୀରଣ ହୋଇଛି । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭ ରହିଛି । ଆଗ୍ନେୟଗିରି ଏତେ ଜୋର ରହିଛି ଯେ ବହୁ ଉଚ୍ଚକୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଛି । ସମୁଦ୍ର ପତନଠାରୁ ଏହାର ଉଚ୍ଚତା ୮ କିଲୋମିଟର ରହିଥିଲା ।ମିଳିଥିବା ସୂଚନା ଅନୁଯାୟୀ, ଆଗ୍ନେୟଗିରିରୁ ବିପୁଳ ପରିମାଣର ଲାଭା ବାହାରିଛି । ତେବେ ଏଥିରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି । ଭୂମିକମ୍ପର ପ୍ରଭାବରେ ସ୍ଥାନୀୟ ଲୋକେ ଘର ଛାଡ଼ି ଚାଲିଯାଇଛନ୍ତି । ତେବେ ଋଷର ଜରୁରୀକାଳୀନ ମନ୍ତ୍ରଣାଳୟ ସୁନାମି ସତର୍କ ସୂଚନା ଜାରି କରିନାହିଁ । ଶିବେଲୁଚ ଆଗ୍ନେୟଗିରି ରୁଷିଆର ଉପକୂଳବର୍ତ୍ତୀ ସହର ପେଟ୍ରୋପାଭ୍ଲୋଭସ୍କ କାମଚାତାସ୍କି ଠାରୁ ୪୫୦ କିଲୋମିଟର ଦୂରରେ ରହିଛି । ଏହି ସହରର ଜନସଂଖ୍ୟା ପାଖାପାଖି ଦୁଇ ଲକ୍ଷ । ୟୁଏସ୍ ଜିଓଲୋଜିକାଲ୍ ସର୍ଭେ ଏହାର ରିପୋର୍ଟରେ କହିଛି ଯେ ଭୂକମ୍ପର କେନ୍ଦ୍ର ପେଟ୍ରୋପାଭ୍ଲୋଭସ୍କ- କାମଚାତାସ୍କି ଠାରୁ ୫୫ ମାଇଲ ଦୂରରେ ଥିଲା । ଯାହା ପୃଥିବୀର ୪୮ କିଲୋମିଟର ଭିତରେ ଥିଲା । ଭୂକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତିର ଖବର ମିଳିନଥିଲେ ମଧ୍ୟ କୋଠାଗୁଡ଼ିକର ଯାଞ୍ଚ କରାଯାଉଛି । କିନ୍ତୁ ଆମେରିକାର ସୁନାମି ୱାର୍ଣ୍ଣିଂ ସିଷ୍ଟମ ଭୂମିକମ୍ପ ଅଞ୍ଚଳର ୩୦୦ କିଲୋମିଟର ପରିଧି ମଧ୍ୟରେ ସୁନାମି ସତର୍କ ସୂଚନା ଜାରି କରିଛି ।
ଋଷରେ ଶକ୍ତିଶାଳୀ ଭୂକମ୍ପ; ଥରିଲା କୋଠା , ଘରୁ ଦୈାଡି ପଳାଇଲେ ଲୋକେ । ଶିବେଲୁଚରେ ଆଗ୍ନେୟଗିରି ଉଦଗୀରଣ

Facebook
Twitter
LinkedIn
Facebook
Twitter
LinkedIn
Recent News
ଭାରତ ଆସିବେ ରୁଷ ରାଷ୍ଟ୍ରପତି
ନୂଆଦିଲ୍ଲୀ : ଭାରତ ଆସିବେ ରୁଷ୍ ରାଷ୍ଟ୍ରପତି । ଆମେରିକା ସହ ଭାରତର ସମ୍ପର୍କ ଦିନକୁ ଦିନ ଖରାପ ହେଉଥିବା ବେଳେ ଏବେ ରୁଷ୍ ଓ ଭାରତ...
୩ ଦୁଷ୍କର୍ମୀଙ୍କୁ ଆଜୀବନ
ବାରିପଦା : ୩ ଦୁଷ୍କର୍ମୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ । କାହ୍ନୁ ମାରାଣ୍ଡି, ବୃନ୍ଦାବନ ନାୟକ, ସୋଲେ ହାଁସଦାଙ୍କୁ ଆଜୀବନ । ୩ ଦୁଷ୍କର୍ମୀ ଦଣ୍ଡାଦେଶ ଶୁଣାଇଲେ...
ସାରା ଦେଶରେ ଭୋଟ ଚୋରି : ରାହୁଲ
ନୂଆଦିଲ୍ଲୀ : ପୁଣି ନିର୍ବାଚନ ଆୟୋଗଙ୍କ ଉପରେ ବର୍ଷିଲେ ରାହୁଲ ଗାନ୍ଧୀ । ସାରା ଦେଶରେ ଭୋଟ ଚୋରି ହେଉଥିବା କହି ବର୍ଷିଲେ । ଭୋଟର ଲିଷ୍ଟରେ...
ବାପ-ଝିଅ ଉପରେ ମାଡିଗଲା ହାଇୱା
ପାରାଦୀପ : ବାଇକ ଉପରେ ମାଡିଗଲା ହାଇୱା । ବାପ ,ଝିଅଙ୍କର ଚାଲିଗଲା ଜୀବନ । କଟକ-ପାରାଦୀପ ରାସ୍ତା କୋଠିଆସାହି ଛକରେ ଦୁର୍ଘଟଣା । ଦୁର୍ଘଟଣା ପରେ...