ନୂଆଦିଲ୍ଲୀ : ଭାରତ ଛାଡିଦେବେ ବିରାଟ ! ଲଣ୍ଡନରେ କରିବେ ବାସ । ଭାରତୀୟ କ୍ରିକେଟ୍ ଦଳର ତାରକା ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ତାଙ୍କ ପରିବାର ସହିତ ସବୁଦିନ ପାଇଁ ଭାରତ ଛାଡ଼ି ଲଣ୍ଡନକୁ ଯିବାକୁ ଚିନ୍ତା କରୁଛନ୍ତି। ଏଭଳି ଗୁଜବକୁ ନେଇ ଦୀର୍ଘ ଦିନ ଧରି ଚର୍ଚ୍ଚା ଜୋର ଧରିଛି। ଏବେ ଏହି ଗୁଜବ ପୁଣି ଥରେ ଆରମ୍ଭ ହୋଇଛି।କାରଣ ବିରାଟ କୋହଲି ସମ୍ପ୍ରତି ଲଣ୍ଡନର ରାଜରାସ୍ତାରେ ନଜର ଆସିଛନ୍ତି। ବିରାଟ ଲଣ୍ଡନର ରାଜରାସ୍ତା ଥିବା ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ କିଙ୍ଗ କୋହଲି ସେଠାରେ ଥିବା ରାସ୍ତାରେ ନଜର ଆସିଛନ୍ତି। ଏହି ସମୟରେ କିଛି କାର ତାଙ୍କ ପାଖ ଦେଇ ଯାଉଥିବାର ଭିଡ଼ିଓରେ ଦେଖିବାକୁ ମିଳୁଛି। ସେ ଭିଡିଓରେ ଏକ ଜ୍ୟାକେଟ ପିନ୍ଧିଛନ୍ତି।
Views: 36