ନୂଆଦିଲ୍ଲୀ :ଏମପକ୍ସକୁ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଆଲର୍ଟ ଜାରି । ଏମପକ୍ସକୁ ଏକ ବିଶ୍ବସ୍ତରୀୟ ସାଧାରଣ ସ୍ବାସ୍ଥ୍ୟ ଏମର୍ଜେନସି ଘୋଷଣା କରିଛି ସଂଗଠନ। ଗତ ୨ ବର୍ଷ ମଧ୍ୟରେ ଦ୍ବିତୀୟ ଥର ଲାଗି ଏମପକ୍ସକୁ ନେଇ ସଂଗଠନ ଏହି ଘୋଷଣା କରିଛି। ଡେମୋକ୍ରାଟିକ ରିପବ୍ଲିକ କଙ୍ଗୋ ଓ ପଡୋଶୀ ରାଷ୍ଟ୍ରରେ ଏହି ଭାଇରସ ବ୍ୟାପୁଥିବା ସୂଚନା ମିଳିବା ପରେ ଉଦବେଗ ପ୍ରକାଶ କରିଛି ସଂଗଠନ। ଏମପକ୍ସ ସାଧାରଣତଃ ପାରସ୍ପରିକ ସଂସ୍ପର୍ଶ ଜରିଆରେ ବ୍ୟାପିଥାଏ ଏବଂ ରୋଗୀକୁ ମୃତ୍ୟୁମୁଖରେ ପକାଏ। ସଂକ୍ରମିତ ବ୍ୟକ୍ତିଙ୍କ କ୍ଷେତ୍ରରେ ଫ୍ଲୁ ଧରଣର ଲକ୍ଷଣ ପ୍ରକାଶ ପାଇଥାଏ ଏବଂ ଶରୀର ଭିତରରେ କ୍ଷତ ସୃଷ୍ଟି କରିବାରେ ସକ୍ଷମ ହୋଇଥାଏ। କଙ୍ଗୋରେ ଏବି ଷ୍ଟ୍ରେନକୁ କ୍ଲେଡ-୧ କୁହାଯାଇଥାଏ। ମାତ୍ର ବର୍ତ୍ତମାନ ନୂଆ କ୍ଲେଡ-୧ବି ଷ୍ଟ୍ରେନ ଅତିସହଜରେ ସଂକ୍ରମିତ ହେଉଥିବା ଜଣାଯାଇଛି। ବୁରୁଣ୍ଡି, କେନିଆ, ରାୱାଣ୍ଡା, ଉଗାଣ୍ଡା ଆଦି ଦେଶରେ ଏହା ପ୍ରସାରିତ ହେଉଥିବା ଦେଖିବାକୁ ମିଳିଛି। ସଂକ୍ରମଣରୁ ରକ୍ଷା ଦିଗରେ ପଦକ୍ଷେପ ନେବା ଲାଗି ଆହ୍ବାନ ଦେଇଛନ୍ତି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମହାନିର୍ଦ୍ଦେଶକ ଟେଡରସ ଏଡନୋମ ଘେବ୍ରେୟସସ।
ଏମପକ୍ସ ନେଇ ବିଶ୍ୱା ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଆଲର୍ଟ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











