ରାୟଗଡା : ରାୟଗଡ଼ା ପୋଲିସକୁ ମିଳିଲା ଏକ ବଡ଼ ସଫଳତା। ତେବେ ପଞ୍ଚାୟତ ନିର୍ବାଚନ ଚାଲିଥିବା ବେଳେ ଫେଲ ମାରିଛି ମାଓବାଦୀଙ୍କ ଦ୍ୱାରା ଆୟୋଜିତ ବଡ ଷଡଯନ୍ତ୍ର । ମାଓବାଦୀଙ୍କ ଯୋଜନାକୁ ପଣ୍ଡ କରିଛନ୍ତି ରାୟଗଡ ପୋଲିସ । ଏକ କଲଭର୍ଟ ତଳୁ ଟିଫିନ ବୋମା ଉଦ୍ଧାର କରିଛି ରାୟଗଡା ପୋଲିସ। ସୂଚନା ଅନୁଯାୟୀ,କଲ୍ୟାଣସିଂହପୁର ଠାରୁ ପାରସାଲି ଯିବା ରାସ୍ତାରେ ନିୟମଗିରି ପାହାଡ଼ ତଳ ଏକ ପୋଲ ନିକଟରୁ ଏହି ଟିଫିନ୍ ବୋମା ଜବତ ହୋଇଛି।

ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ବୋମାକୁ ନିଷ୍ଟ୍ରିୟ କରିଛି। ପୋଲିସ ଓ ସିଆରପିଏଫର କମ୍ଵିଂ ଅପରେସନ ବେଳେ ଏହି ଟିଫିନ୍ ବୋମାଟିକୁ ଉଦ୍ଧାର କରିଛନ୍ତି। ତେବେ ଯବାନଙ୍କୁ ଟର୍ଗେଟ୍ କରି ମାଓବାଦୀମାନେ ଏହି ଟିଫିନ୍ ବୋମାକୁ ଖଞ୍ଜିଥିବା ଅନୁମାନ କରାଯାଉଛି। ତେବେ ଆସୁଥିବା ଏକ ବଡ଼ ଧରଣର ବିପଦ ଟଳି ଯାଇଛି। ଘଟଣାସ୍ଥଳରେ ଅପରେସନ ଜୋରଦାର କରାଯାଉଛି।
Views: 242