ଜୟପୁର : ମର୍ମନ୍ତୁକ ସଡକ ଦୁର୍ଘଟଣା । ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ଜୟପୁରରେ। ଜୟପୁରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ଘରୋଇ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଟ୍ରକ୍କୁ ପଛପଟୁ ପିଟିଲା ବସ୍। ସୂଚନା ଅନୁଯାୟୀ , ଆନ୍ଧ୍ର ପ୍ରଦେଶର ସୋମପେଟା ନିକଟରେ ଭୋର୍ ୫ଟାରେ ବସ୍ଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ବସଟି ବ୍ରହ୍ମପୁରରେ ପହଁଚିବାର କିଛି ସମୟ ପୂର୍ବରୁ ଦୁର୍ଘଟଣାର ସାମ୍ନା କରିଥିଲା । ଏହା ଏକ ଟ୍ରକକୁ ପିଟି ଦେଇଥିଲା । ଫଳରେ ବସ୍ରେ ଥିବା ଯାତ୍ରୀ ମାନଙ୍କ ମଧ୍ୟରୁ ୩୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ତେବେ ଆହତ ହୋଇଥିବା ବ୍ୟକ୍ତି ମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
Views: 236