The Ultimate Managed Hosting Platform
ADVERTISEMENT

ଗିରଫ ହେଲେ ଗୋଲାମୁଣ୍ଡା ବିଡିଓ

Facebook
Twitter
LinkedIn

ଧର୍ମଗଡ: ଗୋଲାମୁଣ୍ଡା ବିଡିଓ ଅକ୍ଷମିତା କାର୍ତ୍ତିକ ଗିରଫ । ଲାଞ୍ଚ ଟଙ୍କା ଜବତ ମାମଲାରେ ଗିରଫ କଲା ଭିଜିଲାନ୍ସ । ଗତକାଲି ୪.୯୨ ଲକ୍ଷ ଟଙ୍କା ସହ ଧରାପଡିଥିଲେ ବିଡିଓ । ତେବେ ଏହି ଅର୍ଥ ସମ୍ପର୍କରେ ସେ ସନ୍ତୋଷଜନକ ଉତ୍ତର ଦେଇନପାରିବାରୁ ଭିଜିଲାନ୍ସ ତାଙ୍କୁ ଅଟକ ରଖି ମାମଲା ରୁଜୁ କରିଥିଲା । ଗତକାଲିଠୁ ୧୮ ଘଣ୍ଟାଧରି ବିଡିଓଙ୍କୁ ପଚରାଉଚରା ପରେ ଆଜି ଗିରଫ କରିଛି ଭିଜିଲାନ୍ସ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ୪ଟି ଟିମ ବିଡିଓଙ୍କ ଘର, ଅଫିସ, କ୍ବାର୍ଟର୍ସ, ଭୁବନେଶ୍ବର ଫ୍ଲାଟ ସମେତ କୋରାପୁଟ ଓ ରାୟଗଡ଼ାର ବିଭିନ୍ନ ସ୍ଥାନରେ ଚଡାଉ କରିଛି । ଅକ୍ଷମିତା ଆଗରୁ ମଧ୍ୟ ବହୁ ଦୁର୍ନୀତିରେ ଲିପ୍ତ ଥିବା ଜଣାପଡ଼ିଛି । କୋଷାଗୁମୁଡ଼ାରେ ଥିବାବେଳେ କୋଭିଡ ପାଣ୍ଠିର ଅପବ୍ୟବହାର ପାଇଁ ସେ ନିଲମ୍ବିତ ହୋଇଥିଲେ । ଗୁଣୁପୁର ତହସିଲଦାର ଥିବାବେଳେ ରେଡକ୍ରସ ପାଣ୍ଠିର ଅପବ୍ୟବହାର ଅଭିଯୋଗରେ ଜିଲ୍ଲାପ୍ରଶାସନ ତାଙ୍କ ବିରୋଧରେ ପୋଲିସରେ ଅଭିଯୋଗ କରିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login