ଭୁବନେଶ୍ୱର : ୩୩ ଥର ଛୁରୀ ଭୁସି ମାରିଥିଲା ସ୍ୱାମୀ । ଶେଷରେ ମିଳିଲା ଫାଶୀଦଣ୍ଡ । ୨୦୨୨ ଜୁନ ୯ ତାରିଖରେ ଭରତପୁର ଥାନା ଅନ୍ତର୍ଗତ ଘାଟିକିଆରେ ସ୍ତ୍ରୀ ସରସ୍ୱତୀ ଦାଶଙ୍କୁ ବୀଭତ୍ସ ଭାବେ ହତ୍ୟା କରିଥିଲା ସଞ୍ଜିତ । ସ୍ତ୍ରୀକୁ ୩୩ ଥର ଛୁରୀ ଭୁସିବା ସହ ୬ ବର୍ଷୀୟ ଝିଅର ତଣ୍ଟି କାଟି ଦେଇଥିଲା ରାକ୍ଷସ ବାପା । ଝିଅ ସୁସ୍ଥ ହେବାକୁ ଲାଗିଥିଲା ୩ ମାସ ସମୟ । ମାମଲାର ବିଚାର କରି ଅଭିଯୁକ୍ତକୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି ଅଦାଲତ । ୧୫ ଜଣ ସାକ୍ଷୀ, ସାଇଣ୍ଟିଫିକ ଏଭିଡ଼େନ୍ସ, ଫିଙ୍ଗର ପ୍ରିଣ୍ଟ ଓ ୧୮ଟି ଡକ୍ୟୁମେଣ୍ଟ ଆଧାରରେ ଏହି ଦଣ୍ଡବିଧାନ ହୋଇଛି । ଅଭିଯୁକ୍ତର ଝିଅ, ମାଆ ଓ ଭାଉଜ ଏହି ଲୋମହର୍ଷଣକାରୀ କାହାଣୀ ବଖାଣିବା ପରେ ରାୟ ଶୁଣାଇଛନ୍ତି ଅଦାଲତ । ପୋଲିସ ଦେଇଥିବା ସୂଚନା ଅନୁସାରେ, ନିଶା ପାଇଁ ନାରକୀୟ କାଣ୍ଡ ଘଟଣାଥିଲା ସଞ୍ଜିତ । ମୃତ ସରସ୍ବତୀ ପେଶାରେ ଜଣେ ନର୍ସ ଥିଲେ । ଏପଟେ ଅଭିଯୁକ୍ତ ସଞ୍ଜିତ ବେରୋଜଗାର ଥିଲା । ଜମି ବିକି ନିଶା ସେବନ କରୁଥିଲା ସଞ୍ଜିତ । କୋଟି କୋଟି ଟଙ୍କା ନିଶା ଖାଇବାରେ ଖର୍ଚ୍ଚ କରୁଥିବାରୁ ପରିବାର ଚଳାଉଥିଲେ ସରସ୍ବତୀ । ନିଶା ସେବନ ଫଳରେ ପ୍ରତିଦିନ ଉଭୟଙ୍କ ମଧ୍ୟରେ ଝଗଡ଼ା ହେଉଥିଲା । ମଦ ପିଇ ସ୍ତ୍ରୀଙ୍କୁ ମାରଧର କରୁଥିଲା ସଞ୍ଜିତ । ଘଟଣା ଦିନ ରାତି ସାଢ଼େ ଦୁଇଟା ରାତିରେ ପତିପତ୍ନୀଙ୍କ ମଧ୍ୟରେ ଝଗଡା ହୋଇଥିଲା । ରାଗରେ ସ୍ତ୍ରୀକୁ ରାତି ସାଢ଼େ ୩ଟାରେ ୩୩ ଥର ଛୁରୀ ଭୁସି ହତ୍ୟା କରିଥିଲା ସଞ୍ଜିତ । ସକାଳ ୭ଟାରେ ବଡ଼ ଝିଅ ଉଠି ମାଆକୁ ଖୋଜିବା ପରେ ତାକୁ ବି ଆକ୍ରମଣ କରିଥିଲା ସଇତାନ । ସକାଳେ ଝିଅକୁ ଆକ୍ରମଣ କରି ରୁମରେ ବନ୍ଦ କରି ପଳାଇଥିଲା ସଞ୍ଜିତ । ହତ୍ୟା କରିବା ପରେ ମଦ ଦୋକାନରୁ ମଦ କିଣି ପିଇଥିଲା । ପରେ ପରିବାର ଲୋକେ ପୋଲିସକୁ ଖବର ଦେଇଥିଲେ । ରକ୍ତ ଲଗା ଛୁରୀ ଓ ଗାମୁଛା ଜବତ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା ।
ପତ୍ନୀହନ୍ତା ସ୍ୱାମୀଙ୍କୁ ଫାଶୀ ଦଣ୍ଡା ଦେଶ
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







