ସମ୍ବଲପୁର: ହୀରାକୁଦ ଡ୍ୟାମର ୨୦ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ । ହୀରାକୁଦ ଡ୍ୟାମର ୨୦ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୨ ଲକ୍ଷ ୪୬ ହଜାର ୫୯୧ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ନିଷ୍କାସିତ ହେଉଛି ୩ ଲକ୍ଷ ୪୬ ହଜାର ୬୯୮ କ୍ୟୁସେକ ଜଳ। ପଥରଳା ଓ ଖଇରମାଳରେ ମହାନଦୀ ଜଳସ୍ତର ବଢିବାରେ ଲାଗିଛି। ଖଇରମାଳରେ ଏବେ ୫ ଲକ୍ଷ ୨ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ସେହିପରି ପଥରଳାରେ ୧ ଲକ୍ଷ ୩ ହଜାର ୫୨୦ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ବରମୂଳ ଓ ମୁଣ୍ଡଳିରେ ଜଳସ୍ତର ସ୍ଥର ରହିଛି। ଆସନ୍ତାକାଲି ଦିନ ୧୧ଟାରେ ମୁଣ୍ଡଳିରେ ପହଞ୍ଚିବ ପ୍ରଥମ ବନ୍ୟାଜଳ।
Views: 55