ଭୁବନେଶ୍ୱର : କମିଶନରେଟ ପୋଲିସ ହାତରେ ବାୱରିୟା ଗ୍ୟାଙ୍ଗ।ଗ୍ୟାଙ୍ଗର ମୁଖ୍ୟ ୟୁପିର ରାମ କୁମାରକୁ ଗିରଫ କଲା ସ୍ପେଶାଲ ସ୍କ୍ୱାର୍ଡ । ଗିରଫ ଲୁଟେରା ଠାରୁ ୨ଟି ସୁନା ଚେନ ଓ ଗୋଟିଏ ବାଇକ ଜବତ । ବାଇକରେ ଆସି ରାସ୍ତାରୁ ଚେନ ଝାମ୍ପି ଫେରାର ହୋଇଯାଉଥିଲେ ଏହି ଗ୍ୟାଙ୍ଗ । ସାରା ଦେଶରେ ବୁଲି ବୁଲି ଏମାନେ ଲୁଟ କରୁଛନ୍ତି ଆଉ ଟ୍ରେନରେ ଫେରାର ହୋଇଯାଉଛନ୍ତି । ଯେଉଁ ସହରକୁ ଯାଉଥିଲେ ସେଠି ଆଗ ଏକ ବାଇକ୍ ଚୋରି କରୁଥିଲେ । ପରେ ଚୋରି ବାଇକରେ ଚେନ ଲୁଟୁଥିଲେ । କିଛି ଦିନ ଲୁଟପାଟ ପରେ ସେହି ସହରରୁ ଫେରାର ହୋଇ ଯାଉଥିଲେ ଏହି ଗ୍ୟାଙ୍ଗ । ଏହି ଗ୍ୟାଙ୍ଗର ମୁଖ୍ୟ କୁଖ୍ୟାତ ଲୁଟେରା ଉତ୍ତର ପ୍ରଦେଶ କାନପୁରର ରାମ କୁମାର । ଏହି କୁଖ୍ୟାତ ଲୁଟେରାକୁ ଗିରଫ କରିଛି କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ୱାଡ୍ । ତା ନିକଟରୁ ୨ ଟି ସୁନା ଚେନ ସହ ଗୋଟିଏ ଚୋରା ବାଇକ ଜବତ ହୋଇଛି । ସେହିଭଳି ଆଉ ଦୁଇଜଣ କୁଖ୍ୟାତ ଲୁଟେରା କଟକ ସଦର ଅଞ୍ଚଳର ଆକାଶ ସାମଲ ଓ ବିଡାନାସୀ ଅଞ୍ଚଳର ସିତଲ ବେହେରାକୁ ସ୍ପେସାଲ ସ୍କ୍ୱାର୍ଡ ଗିରଫ କରିଛି । ଏମାନଙ୍କ ନିକଟରୁ ୨ଟି ସୁନା ଚେନ ଜବତ କରାଯାଇଛି । ଏମାନଙ୍କ ନାଁରେ କଟକ ଭୁବନେଶ୍ୱରର ବିଭିନ୍ନ ଥାନାରେ ୧୪ରୁ ଅଧିକ ମାମଲା ରହିଛି ।
ଧରାପଡିଲା ବାୱରିୟା ଗ୍ୟାଙ୍ଗ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











