The Ultimate Managed Hosting Platform
ADVERTISEMENT

ଦିଲ୍ଲୀରେ ଭୁଶୁଡିଲା କୋଠା

Facebook
Twitter
LinkedIn

ନୂଆଦିଲ୍ଲୀ : ଦିଲ୍ଲୀରେ ଭୁଶୁଡିଲା ନିର୍ମାଣଧୀନ ହସ୍ପିଟାଲ କୋଠା । ୯ ଜଣ ଆହତ ହୋଇଥିବା ବେଳେ ଜଣଙ୍କର ଚାଲିଗଲା ଜୀବନ । ଦ୍ୱାରିକା ସେକ୍ଟର ୧୨ରେ ନିର୍ମାଣଧୀନ ହସ୍ପିଟାଲ କୋଠା ଭୁଶୁଡିଲା । ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ମାମଲା ରୁଜୁ କରିଛି ଦିଲ୍ଲୀ ପୋଲିସ । ଦ୍ୱାରକାରେ ଏକ ଘରୋଇ ହସ୍ପିଟାଲର ବେସମେଣ୍ଟ ଚାଲିଥିବା ବେଳେ ହଠାତ ଏହାର କାନ୍ଥ ଭୁଶୁଡି ପଡିଥିଲା । ଏହି ସମୟରେ ବେସମେଣ୍ଟରେ ଅନେକ ଶ୍ରମିକ କାମ କରୁଥିଲେ । ତେବେ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ମହିଳାଙ୍କ ନାମ ନମଲି ଦେବୀ । ସେ ଉତ୍ତରପ୍ରଦେଶ ଝାନ୍ସୀର ବାସୀନ୍ଦା । ନିର୍ମାଣଧୀନ ବେସମେଣ୍ଟର ଉତ୍ତର-ପୂର୍ବ ପଟକୁ ଥିବା କାନ୍ଥ ଭୁଶୁଡି ପଡିଥିଲା । ଏହାପରେ ସେଠାରେ ଉପସ୍ଥିତ ଅନ୍ୟ ଶ୍ରମିକମାନେ ପୋଲିସ ଏବଂ ଦମକଳ ବିଭାଗକୁ ଖବର ଦେଇଥିଲେ । ନିଜେ ମଧ୍ୟ ଭଗ୍ନାବଶେଷ ଭିତରେ ଫସି ରହିଥିବା ଆହତମାନଙ୍କୁ ବାହାର କରିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login