କେନ୍ଦ୍ରାପଡା : ଭିତରକନିକା ଅଗଷ୍ଟ ୧ରୁ ପର୍ୟ୍ୟଟକଙ୍କ ପାଇଁ ଖୋଲିବ। ବଉଳା କୁମ୍ଭୀରମାନଙ୍କର ପ୍ରଜନନ ପକ୍ରିୟା ପାଇଁ ୩ ମାସ ହେଲା ପ୍ରବେଶ ଉପରେ କଟକଣା କରାଯାଇଥିଲା। ତେଣୁ ଅଗଷ୍ଟ ୧ରୁ ଭିତରକନିକାର ଶୋଭାକୁ ପୁନର୍ବାର ଉପଭୋଗ କରିପାରିବେ ପର୍ୟ୍ୟଟକ।
ଚଳିତବର୍ଷ ପର୍ୟ୍ୟଟକମାନଙ୍କ ପାଇଁ ସ୍କାଏ-ୱାକ୍ ବ୍ରିଜ୍ ନିର୍ମାଣ କରାଯାଇଛି। ତେବେ କଣ ଏହି ସ୍କାଏ-ୱାକ୍ ବ୍ରିଜ୍ ? ମ୍ୟାନଗ୍ରୁଭ୍ ମେଟା ନର୍ସରୀ ନିକଟରୁ ଆରମ୍ଭ ହୋଇଥିବା ଏହି ସ୍କାଏ-ୱାକ୍ ବ୍ରିଜ ଅଧିକ ସଂଖ୍ୟାରେ ହରିଣ ଭିଡ଼ ଜମାଉଥିବା ଦେଖାଯାଉଛି। ଜଙ୍ଗଲ ଭିତରେ ଦୁଇପଟରେ ଗଛ ଥିବା ବେଳେ ନିର୍ମାଣ ହୋଇଛି ଏହି ସ୍କାଏ ୱାକ। ୬୦୦ ମିଟର ଲମ୍ବ ଯାଏ ଏହି ସ୍କାଏ ୱାକ ନିର୍ମାଣ ହୋଇଛି। ଆସନ୍ତା ଅଗଷ୍ଟ ୧ ତାରିଖ ଦିନ ଏହି ସ୍କାଏ ୱାକ ଉଦ୍ଘାଟନ ହେବାର କାର୍ୟ୍ୟକ୍ରମ ରହିଛି। ପର୍ୟ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରତିଥରରେ ୨୦ଜଣ ଲେଖାଏଁ ପର୍ୟ୍ୟଟକଙ୍କୁ ସ୍କାଏ ୱାକରେ ଛଡ଼ାଯିବ ବୋଲି ରାଜନଗର ବନବିଭାଗ ପକ୍ଷରୁ ଜଣାପଡ଼ିଛି।
Views: 60