ନୂଆଦିଲ୍ଲୀ: ଖଣିଜ ସମ୍ପଦ ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ଖଣିଜ ଶୁଳ୍କ ଉପରେ ରାଜ୍ୟମାନେ ଲାଗୁ କରିପାରିବେ ରୟାଲଟି ।
୯ ଜଣିଆ ଖଣ୍ଡପୀଠଙ୍କ ବଡ଼ ରାୟ । ସିଜେଆଇ ଡି.ୱାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ । ୯ ଜଣିଆ ଖଣ୍ଡପୀଠରୁ ୮ ବିଚାରପତି ରାଜ୍ୟ ସପକ୍ଷରେ ରାୟ ଦେଇଛନ୍ତି । ୭ ଜଣିଆ ଖଣ୍ଡପୀଠ ରାୟକୁ ରଦ୍ଦ କଲେ ୯ ଜଣିଆ ଖଣ୍ଡପୀଠ । ଏମଏମଡିଆର ଆକ୍ଟରେ ରାଜ୍ୟ ମାନଙ୍କ ନିକଟରେ ଅଧିକାର ନଥିଲା । ଏଣିକି ରାଜ୍ୟମାନେ ଖଣିଜସମ୍ପଦ ଉପରେ କର ଲାଗୁ କରିପାରିବେ । ଆସନ୍ତା ବୁଧବାର ମାମଲାର ପରବର୍ତ୍ତି ଶୁଣାଣି ହେବ ।
Views: 66