The Ultimate Managed Hosting Platform
ADVERTISEMENT

ଓଡିଶାବାସୀଙ୍କୁ କୃତଜ୍ଞତା ଜଣାଇଲେ ନଡ୍ଡା, ବିଜେପିର ୨୦୨୯ ପାଇଁ ପ୍ରସ୍ତୁତି

Facebook
Twitter
LinkedIn

ପୁରୀ : ପୁରୀ କାର୍ଯ୍ୟକାରିଣୀରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ବକ୍ତବ୍ୟ । ଓଡିଶାର ସେବା ପାଇଁ ସୁଯୋଗ ଦେଇଥିବାରୁ ଓଡିଶାବାସୀଙ୍କୁ ପ୍ରଣାମ । ଅକ୍ଲାନ୍ତ ପରିଶ୍ରମ କରି ରାଜ୍ୟରେ ପଦ୍ମ ଫୁଟାଇଥିବାରୁ କର୍ମୀଙ୍କୁ ବଧାଇ । ଓଡିଶାକୁ ବିକାଶ ପଥରେ ନେବାର କୈାଣସି ସୁଯୋଗ ଛାଡିବନି ବିଜେପି । ଲୋକସଭା ସିଟ୍ ଡୂଲ କରିବାକୁ କହିଥିଲି, ଆପଣ ମାନେ ୨୦ ସିଟ ଦେଲେ । ଲୋକସଭା ପାଇଁ ୪୫ ପ୍ରତିଶତ ଭୋଟ ଦେଲେ , ଆପଣମାନଙ୍କୁ କୃତଜ୍ଞତା । ବିଧାନସଭାରେ ୪୦.୭ ପ୍ରତିଶତ ଭୋଟ ସହ ସରକାର ଗଠନ ସୁଯୋଗ ଦେଲେ । ଆଜି ଦେଶରେ ୧୮ଟି ରାଜ୍ୟରେ ଏନଡିଏ , ୧୩ ରାଜ୍ୟରେ ବିଜେପି ସରକାର । ରୀରେ ଆୟୋଜିତ ରାଜ୍ୟ କାର୍ୟ୍ୟକାରିଣୀ ବୈଠକର ଉଦଘାଟନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ବୈଠକକୁ ସମ୍ୱୋଧନ କରି ନଡ୍ଡା କହିଛନ୍ତି, ସଂକଳ୍ପପତ୍ରରେ ଯାହା ଅଛି ଗୋଟି ଗୋଟି ସବୁ ପୂରଣ କରାଯିବ। ଓଡିଶାରେ ସେବା କରିବାକୁ ସୁଯୋଗ ଦେଇଥିବାରୁ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଜେପି ନଡ୍ଡା। ଅକ୍ଳାନ୍ତ ପରିଶ୍ରମ କରି ରାଜ୍ୟରେ ପଦ୍ମଫୁଟାଇ ଥିବାରୁ କର୍ମୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ବିଜେପି କାର୍ୟ୍ୟକାରିଣୀ ବୈଠକ ୨୦ ତାରିଖ ସନ୍ଧ୍ୟା ପର୍ୟ୍ୟନ୍ତ ଚାଲିବ। ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସମେତ ସବୁ ମନ୍ତ୍ରୀ, ସାଂସଦ, ବିଧାୟକ, କେନ୍ଦ୍ର ମନ୍ତ୍ରୀ ପ୍ରମୁଖ ଉପସ୍ଥିତ ରହିବେ। ବୈଠକରେ ରାଜନୈତିକ ପରିସ୍ଥିତି, ସାମ୍ପ୍ରତିକ ସରକାରର ଜନ କଲ୍ୟାଣ କାର୍ୟ୍ୟକ୍ରମ ବିଷୟରେ ଚର୍ଚ୍ଚା ହେବା ସହ ଆଗାମୀ ରଣନୀତି ପ୍ରସ୍ତୁତ କରାଯିବ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

“ଆମ ଶାସନ” ଶୁଭାରମ୍ଭ , ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ

ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...

ADVERTISEMENT
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...

Login