ଆଠଗଡ: ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରରେ ପ୍ଲାଷ୍ଟିକ ମନା । ପ୍ଲାଷ୍ଟିକ କଳସ , ପ୍ଲାଷ୍ଟିକ ତିଆରି ଅନ୍ୟ ସାମଗ୍ରୀ ସମ୍ପୁର୍ଣ୍ଣ ମନା । ଦେବୋତ୍ତର ବିଭଆଗ ଓ ପୂଜକ କମିଟି ବୈଠକରେ ନିଷ୍ପତ୍ତି । ନୂଆ ପୋଲ ପୂର୍ବରୁ ଶ୍ରାବଣ ସୋମବାର ବାହୁଙ୍ଗି ରଖିବେ କାଉଡିଆ । କେବଳ ମାଟି ଓ କଳସ ନେଇ ଜଳ ଲାଗି କରିବାକୁ ଆନୁମତି । ଶ୍ରାବଣ ସୋମବାରରେ ଶୈବପୀଠରେ ଜଳଲାଗି କରିବେ କାଉଡିଆ । ଆଉ ଶ୍ରାବଣ ଆରମ୍ଭ ହେବା ପୂର୍ବରୁ କାଉଡିଆଙ୍କ ପାଇଁ ଆସିଛି ବଡ ଖବର । ଏଣିକି ଧବଳେଶ୍ୱର ପୀଠକୁ ପ୍ଲାଷ୍ଟିକ କଳସୀରେ ପାଣି ନେଇପାରିବେନି କାଉଡିଆ ମାନସିକଧାରୀ । ମିଳିଥିବା ସୂଚନା ମୁତାବକ, ଧବଳେଶ୍ୱରଙ୍କ ପାଖକୁ ନିଷେଧ ହେଇଛି ପ୍ଲାଷ୍ଟିକ୍ କଳସ । ଯଦି କେହି ମାନସିକଧାରୀ ପ୍ଲାଷ୍ଟିକ୍ କଳସ ଧରି ପାଣି ଲାଗି କରିବାକୁ ଆସନ୍ତି, ତେବେ ତାଙ୍କ ଜଳ ଲାଗି କରାଯିବନି ବୋଲି କୁହାଯାଇଛି ।
Views: 72