ଚୈାଦ୍ୱାର : ଜବରଦଖଲ ଉଚ୍ଛେଦ ବେଳେ ନକଲି ଚା ପତି କାରଖାନା ଠାବ ହୋଇଛି । ଜଗତପୁର ଲକ୍ଷ୍ମଣପୁରରୁ ନକଲି ଚା ପତି କାରଖାନା ଠାବ କଲା ସିଏମସି । ବିପୁଳ ଚା ପତି ସହ ଯନ୍ତ୍ରାଂଶ ଓ ଦାମୀ ବ୍ରାଣ୍ଡର ଷ୍ଟିକର , ଲେବଲ ଜବତ ହୋଇଛି । ସୂଚନା ଅନୁସାରେ, ଦୀର୍ଘ ଦିନଧରି ଜଗତପୁର ଲକ୍ଷ୍ମଣପୁର କେନାଲ ବନ୍ଧରେ ଠାରେ ଥିବା ଏକ ନିର୍ଜନ ସ୍ଥାନରେ ଗୋଟିଏ ଛୋଟ ଘରେ ଟାଟା କମ୍ପାନୀ ନାମରେ ନକଲି ପ୍ୟାକିଙ୍ଗ ହେଉଥିଲା । ସେପଟେ ଆଜି ଜଗତପୁର ୪୮ ନମ୍ବର ଓ୍ବାର୍ଡ ରେ ସି ଏମ ସି ଏନ୍ ଫୋର୍ସ ମେଣ୍ଟ ଟିମ୍ ଦ୍ବାରା ବେଆଇନ ସରକାରୀ ଜମି ଜବରଦଖଲ ଉଚ୍ଛେଦ ଚାଲିଥିବା ବେଳେ ଉକ୍ତ ଘର ଟିକୁ ମଧ୍ୟ ଭଙ୍ଗା ଯାଇଥିଲା । ଘର ଭାଙ୍ଗିବା ସମୟରେ ଦେଖିବାକୁ ମିଳିଲା ଯେ ଗୁଡ଼ାଏ ଟାଟା କମ୍ପାନୀର ଛୋଟ ଛୋଟ ପ୍ୟାକେଟ ସହିତ, ତିନୋଟି ଅଲଗା ଅଲଗା କମ୍ପାନୀ ର ଚା ପତି , ଗୋଟିଏ ମିକ୍ସ ଓ ପ୍ୟାକିଙ୍ଗ ମେସିନ , ଗୋଟିଏ ସିଲାଇ ମେସିନ, ଅନେକ ଗୁଡ଼ିଏ ବ୍ୟାଣ୍ଡ ର ପ୍ୟକେଜିଂ ଜରି ସହିତ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଦେଖିବାକୁ ମିଳିଥିଲା ଏବେ ନିଜ ହେପାଜତକୁ ନେଇଛି ।
ଜଗତପୁରରେ ନକଲି ଚାପତି କାରଖାନା ଠାବ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











