The Ultimate Managed Hosting Platform
ADVERTISEMENT

ଜଗଦେ୍ଦବଙ୍କ ଜାମିନ ଆବେଦନ ଖାରଜ

Facebook
Twitter
LinkedIn

ଭୁବନେଶ୍ୱର : ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେ୍ଦବଙ୍କ ଜାମିନ ଆବେଦନ ଖାରଜ । ଜାମିନ ଆବେଦନ ଖାରଜ କଲେ ଅତିରିକ୍ତ ଜିଲ୍ଲା ଦୈାରାଜଜ-୨ । ବୁଥ ଗଣ୍ଡଗୋଳ ଘଟମାରେ ଗିରଫ ହୋଇଛନ୍ତି ଜଗଦେ୍ଦବ । ଗତ ୨୫ ତାରିଖରେ ପ୍ରଶାନ୍ତ ଜଗଦ୍ଦେବ ବେଗୁନିଆ- ବୋଲଗଡ଼ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କାଉଁରିଆ ପାଟଣା ୧୧୪ ନମ୍ବର ବୁଥରେ ଗଣ୍ଡଗୋଳ କରିଥିବା ଅଭିଯୋଗ ହୋଇଥିଲା। ପୋଲିଂ କର୍ମଚାରୀଙ୍କୁ ଧମକ ଦେବା ଓ ଇଭିଏମ୍ ଭାଙ୍ଗିବା ଭଳି ଅଭିଯୋଗ ହୋଇଥିଲା । ଗଣ୍ଡଗୋଳ ପରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଗାଡ଼ିରେ ଫେରାର ହେବାକୁ ଉଦ୍ୟମ କରିବା ବେଳେ ପୋଲିସ ତାଙ୍କୁ ଅଟକ ରଖିଥିଲା। ପ୍ରିଜାଇଡିଂ ଅଫିସରଙ୍କ ଅଭିଯୋଗକ୍ରମେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପୋଲିସ ଗିରଫ କରି ଜେଲ ପଠାଇଥିଲା । ବର୍ତ୍ତମାନ ପ୍ରଶାନ୍ତ ଜଗଦ୍ଦେବ କଟକ ଏସସିବି ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login