The Ultimate Managed Hosting Platform
ADVERTISEMENT

କିନ୍ନରଙ୍କୁ ଗଳା କାଟି ହତ୍ୟା , କାରଣ ଅସ୍ପଷ୍ଟ

Facebook
Twitter
LinkedIn

ସମ୍ବଲପୁର : କିନ୍ନରଙ୍କୁ ହତ୍ୟା ଅଭିଯୋଗ। ସମ୍ବଲପୁର ଅନ୍ଧାରୀପତ୍ରାରେ କିନ୍ନର ଜଣଙ୍କୁ କେହି ଜଣେ ହତ୍ୟା କରି ରାସ୍ତାକଡରେ ଫିଙ୍ଗି ଦେଇଥିବା ଦେଖିବାକୁ ମିଳିଛି।ମୃତ କିନ୍ନର ଜଣକ ହେଉଛନ୍ତି କଦମପଡାର ଫିରୋଜ ଛତ୍ରିଆ ବୋଲି ସୂଚନା ମିଳିଛି। ତେବେ କେହି ଜଣେ ଧାରୁଆ ଅସ୍ତ୍ରରେ ଫିରୋଜଙ୍କ ବେକ କାଟି ନୃଶଂସ ଭାବେ ହତ୍ୟା କରିଥିବା ଜଣାପଡିଛି।
ସୂଚନା ଅନୁଯାୟୀ, ବୁଧବାର ବିଳମ୍ବିତ ରାତ୍ରିରେ ଏହି ଘଟଣା ଘଟିଥିବା ବେଳେ ଆଜି ସକାଳୁ ରାସ୍ତାକଡରେ ମୃତଦେହ ପଡିଥିବା ଦେଖି ସ୍ଥାନୀୟ ଲୋକେ ସଙ୍ଗେସଙ୍ଗେ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି କିନ୍ନରଙ୍କ ମୃତଦେହକୁ ଜବତ କରିବା ସହ ଘଟଣାର ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login