September 28, 2024 10:32 pm

The Ultimate Managed Hosting Platform
ADVERTISEMENT

ପ୍ରଧାନମନ୍ତ୍ରୀ ପଦର ମର୍ଯ୍ୟାଦା ନଷ୍ଟ କରିବାରେ ମୋଦି ପ୍ରଥମ: ମନମୋହନ

Facebook
Twitter
LinkedIn

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନେଇ କଡା ଟିପ୍ପଣୀ ଦେଲେ ମନମୋହନ ସିଂ । ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ ପ୍ରଥମଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି କଠିନ ଶବ୍ଦରେ ନିଜ ଭାବ ବ୍ୟକ୍ତ କରିବା ସହିତ ବିଜେପି ନେତୃତ୍ବ କେନ୍ଦ୍ର ସରକାରଙ୍କ ବିରୋଧରେ ମୁହଁ ଖୋଲିଛନ୍ତି। ପ୍ରଧାନମନ୍ତ୍ରୀ ପଦ ମର୍ୟ୍ୟାଦା ନଷ୍ଟ କରିବାରେ ନରେନ୍ଦ୍ର ମୋଦୀ ହେଉଛନ୍ତି ପ୍ରଥମ ବ୍ୟକ୍ତି। ବିଗତ ଦିନରେ ଏବଂ ବିଶେଷକରି ନିର୍ବାଚନ ପ୍ରଚାର ଅଭିଯାନରେ ଜାତି, ଧର୍ମ ,ସଂପ୍ରଦାୟ ଭିତ୍ତିରେ ସେ ସମାଜକୁ ଯେଭଳି ଭାଗ ଭାଗ କରିବାକୁ ଉଦ୍ୟମ କରିଛନ୍ତି, ତାହା ପୂର୍ବରୁ କେବେ ବି ଦେଖାଯାଇ ନାହିଁ। ଜଣେ ପ୍ରଧାନମନ୍ତ୍ରୀ ଭାବେ ମୋଦୀ ଏଭଳି ଘୃଣ୍ୟ କାର୍ୟ୍ୟ କରି ନିଜର ଗରିମା ନଷ୍ଟ କରିବାରେ ପ୍ରଥମ ପ୍ରଧାନମନ୍ତ୍ରୀ ବୋଲି ପଞ୍ଜାବରେ ଲୋକସଭା ନିର୍ବାଚନ ପୂର୍ବରୁ ଭୋଟରମାନଙ୍କ ଉଦ୍ଦେଶ୍ୟରେ ମନମୋହନ ଏହା କହିଛନ୍ତି।ମନମୋହନ ସିଂ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଏକ ଚିଠି ଲେଖି ଏଭଳି କହିଛନ୍ତି। ସେ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଚଳିତ ନିର୍ବାଚନରେ ବିଭିନ୍ନ ଦଳ ପକ୍ଷରୁ ହୋଇଥ୍ଖବା ପ୍ରଚାର ଅଭିଯାନକୁ ସେ ପ୍ରଥମରୁ ଦେଖି ଆସିଛନ୍ତି। ବିଭିନ୍ନ ଦଳ ଭିନ୍ନ ଆଦର୍ଶ ଏବଂ ନୀତିକୁ ନେଇ ପରିଚାଳିତ ହେଉଥିବା ବେଳେ ସେମାନଙ୍କ ମଧ୍ୟରେ ରାଜନୈତିକ ଦୃଷ୍ଟିକୋଣରୁ ମତଭେଦ ରହିବା ସ୍ବାଭାବିକ କଥା। କିନ୍ତୁ ଜଣେ ପ୍ରଧାନମନ୍ତ୍ରୀ ଭାବେ ମୋଦୀ ତାଙ୍କ ନିର୍ବାଚନୀ ପ୍ରଚାର ଅଭିଯାନରେ ଜାତି, ସଂପ୍ରଦାୟକୁ ନେଇ ଯେଭଳି ଘୃଣ୍ୟ ମନ୍ତବ୍ୟ ଦେଇଛନ୍ତି ତାହା ଭାରତୀୟ ରାଜନୀତିକ ଇତିହାସରେ ପ୍ରଥମ। ଯେକୌଣସି ସାଧାରଣ ସଭାରେ ହଜାର ହଜାର ଲୋକଙ୍କ ଗହଣରେ ସମାଜରେ ବି॥ଦ୍ବେଷ ସୃଷ୍ଟି କରିବା ଭଳି ଭାଷଣ ଦେବାରେ ମୋଦୀ ପ୍ରଥମ ପ୍ରଧାନମନ୍ତ୍ରୀ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

କୁଲଗାମରେ ଏନକାଉଣ୍ଟର, ଆତଙ୍କୀ ନିହତ

ଏନକାଉଣ୍ଟରରେ ୯ ମାଓବାଦୀ ନିପାତ

ମାଲକାନଗିରି : ଛତିଶଗଡରେ ବଡଧରଣର ମାଓ ବିରୋଧୀ ଅପରେସନ । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୯ ମାଓବାଦୀ ନିହତ ସୂଚନା । ଛତିଶଗଡ ଦନ୍ତେୱାଡା ଜିଲ୍ଲାରେ ସୁରକ୍ଷା କର୍ମୀଙ୍କୁ...

ତ୍ରିପୁରାରେ ବନ୍ୟା ଓ ଭୂସ୍ଖଳନ, ୧୦ ଜଣଙ୍କର ଚାଲିଗଲା ଜୀବନ

ତେଲେଙ୍ଗାନା-ଆନ୍ଧ୍ରରେ ବର୍ଷା ବିତ୍ପାତ, ମୃତ୍ୟୁସଂଖ୍ୟା ଛୁଇଁଲା ୨୭

ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ଲଗାଣ ବର୍ଷା । ଫଳରେ ଚାରିଆଡେ ଜଳମଗ୍ନ ହୋଇ ନବନ୍ୟା ସ୍ଥିତି ସୃଷ୍ଟି କରିଛି। ଉଭୟ ରାଜ୍ୟରେ ବର୍ଷା ଏବଂ...

ADVERTISEMENT
ଦୁର୍ଘଟଣା ପରେ ଟ୍ରକ ସହ ଜଳିଗଲେ ୩ ଡ୍ରାଇଭର

ଡାକ୍ତରଖାନାରୁ ବାହାରିବା ପୂର୍ବରୁ ଜଳିଗଲେ ଗର୍ଭବତୀ

ମାଲକାନଗିରି : ଡାକ୍ତରଖାନାରୁ ବାହାରିବା ପୂର୍ବରୁ ଜଳିଗଲେ ୭ ମାସର ଗର୍ଭବତୀ । ମାଲକାନଗିରି ଏମଭି-୯ ଗାଁର ମହିଳା ବିନିତା ମାଶ ଗତ ରବିବାର ଦିନ ସ୍ୱାସ୍ଥ୍ୟ...

Login