ଭୁବନେଶ୍ୱର: ବିଧାନସଭା ଶୀତ ଅଧିବେସନରେ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲା ନେଇ ବିରୋଧୀ ଦଳଙ୍କ ତରଫରୁ ହଟ୍ଟଗୋଳ ଲାଗି ରହିଥିବା ବେଳେ, ପୂଣି ଆସନ୍ତା ୯ ରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିଧାନସଭା ଘେରାଉ ପାଇଁ ପ୍ରସ୍ତୁତ ହେଉଛି ।
ରାଜ୍ୟ ବିଜେପି ଯୁବ ମୋର୍ଚ୍ଚାର ସଭାପତି ଈରାଶିଷ ଆଚାର୍ଯ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ, ମମାତା ମେହେର ହତ୍ୟା ମାମଲାରେ ବିଜେପି ଯୁବମୋର୍ଚ୍ଚା ସବଡିଭିଜନରୁ ଆରମ୍ଭ କରି ଜିଲ୍ଲା ସ୍ତର ପର୍ଯ୍ୟନ୍ତ ତାର ଆନ୍ଦୋଳନ ଜାରି ରଖିଛି । ଏହି ଆନ୍ଦୋଳନକୁ ଆହୁରି ଜୁରଦାର କରିବାକୁ ଆସନ୍ତା ୯ ତାରଖରେ ବିଧନସଭା ଘେରାଉ କରିବାକୁ ନିସ୍ପତ୍ତି ନେଇଛି ।
ଯେ ପର୍ଯ୍ୟନ୍ତ ମମିତା ମେହେରଙ୍କୁ ନ୍ୟାୟ ନ ମିଳିଛି, ଯେ ପର୍ଯ୍ୟନ୍ତ ମନ୍ତ୍ରୀ ଦିବ୍ୟ ଶଙ୍କରଙ୍କୁ ସରକାର ବହିସ୍କାର କରି ଗିରଫ ନ କରିଛନ୍ତି ଓ ମାମଲାର ସିବିଆ ଇ ତଦନ୍ତ ନିର୍ଦ୍ଦେଶ ନ ଦେଇଛନ୍ତି । ସେତେ ପର୍ଯ୍ୟନ୍ତ ଏହି ଆନ୍ଦେନାଳନ ଜାରି ରହିବ ।
ଏ ନେଇ ଈରାଶିଷ କହିଛନ୍ତି, ମମିତା ମେହେର ମାମଲାରେ ଦୋଷୀଙ୍କୁ ସୁରକ୍ଷା ଦେବାକୁ ସରକାର ଓ ପୁଲିସ୍ ବିଭାଗ ବାରମ୍ବାର ଚେଷ୍ଟା କରି ଆସିଛନ୍ତି। ଏହି ମାମଲାରେ ସଂପୃକ୍ତ ଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓଲଟି ସାଧାରଣ ଜନତାଙ୍କୁ, ବିରୋଧୀଙ୍କୁ ଓ ଗଣମାଧ୍ୟମକୁ ପ୍ରମାଣ ମାଗୁଛନ୍ତି। ୟା’ଠୁ ବଳି ଦୁଃଖ ଓ ଲଜ୍ଜ୍ୟାଜନକ କଥା ଆଉ କିଛି ନାହିଁ।
ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସଭାପତି ଶ୍ରୀ ଆଚାର୍ୟ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ତୀବ୍ର ସମାଲୋଚନା କରିଛନ୍ତି । ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ନିରବଦ୍ରଷ୍ଟା ସାଜିଛନ୍ତି। ଏ ପର୍ୟ୍ୟନ୍ତ ସେ ଏ ମାମଲାରେ ମୁହଁ ଖୋଲି ନାହାନ୍ତି। ଓଲଟି କଳାହାଣ୍ଡିରେ ଏକ ସଭାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀ ଷ୍ଟେଜ୍ରେ ନିଜ ସହିତ ବସାଇଥିଲେ।