
ସୋର : ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସୋର ଡାକ୍ତରଖାନା ପରିସରରେ । ମୃତ ନବଜାତ ଶିଶୁକୁ ଝୁଣି ଝୁଣି ଖାଉଛି କୁକୁର । ଗତ କିଛି ଦିନ ତଳେ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନା ପଛ ଗେଟ୍ ସମ୍ମୁଖରେ ଦୁଇ ନବଜାତ ଶିଶୁ ଡ୍ରେନରେ ଭାସି ଆସି ରାସ୍ତାରେ ପଡିବାକୁ ନେଇ ଚର୍ଚ୍ଚକ୍ଷ ଜୋର ଧରିଥିଲା । ତେବେ ପୁଣି ବୁଧବାର ସୋର ଡାକ୍ତରଖାନାରେ ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ମୃତ ନବଜାତ ଶିଶୁକୁ ଡାକ୍ତରଖାନା ତରଫରୁ ଥିବା ଡମ୍ପିଂୟାଡ଼ରେ କିମ୍ବା ଗାତ ଖୋଳି ନପୋତି ଏଣେ ତେଣେ ଫିଙ୍ଗି ଦେଉଥିବାରୁ ଏଭଳି ଘଟଣା ଦେଖିବାକୁ ମିଳୁଛି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଡାକ୍ତରଖାନାର କର୍ତ୍ତୃପକ୍ଷଙ୍କ ଏପରି ଅବହେଳା ପାଇଁ ବାରମ୍ବାର ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳୁଛି । ସୋର ଡାକ୍ତରଖାନକ୍ଷରେ ମୃତ ନବଜାତ ପଡିଥିବା ବେଳେ କୁକୁର ଝୁଣି ଖାଉଥିବା ବେଳେ ଲୋକେ ମୋବାଇଲରେ ଭିଡିଓ ସୁଟିଂ କରୁଥିବା ଜାଣିବା ପରେ ଡାକ୍ତରଖାନା କର୍ତ୍ତୃପକ୍ଷ ସଙ୍ଗେ ସଙ୍ଗେ ଏହି ମୃତ ନବଜାତଟିକୁ ନେଇ ପୋତି ଦେଇଥିବା ଜଣାପଡିଛି ।











