କୁଚିଣ୍ଡା: ସଡକ ଦୁର୍ଘଟଣାରେ ୫ ପୋଲିଂ କର୍ମଚାରୀ ଆହତ । ଯମନକିରା ଥାନା ବଡରମା ଘାଟିରେ ଟ୍ରକକୁ ପଛରୁ ପିଟିଲା ବସ । ଭୋଟ ସାରି ବସରେ ଫେରୁଥିବା ବେଳେ ଦୁର୍ଘଟଣା । ଦୁର୍ଘଟଣାରେ ୩ ପୋଲିସ କର୍ମଚାରୀଙ୍କ ସହ ୨୦ ଜଣ ଆହତ । ସେମାନଙ୍କୁ ବୁର୍ଲା ବଡ ମେଡିକାଲରେ ସ୍ଥାନାନ୍ତର କରାଯାଇଛି । ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଅନ୍ତର୍ଗତ ବଡରମା ଘାଟିରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଦୁର୍ଘଟଣା । ଦୁର୍ଘଟଣା ପାଇ ତୁରନ୍ତ ଜମନକିରା ଥାନା ପୋଲିସ ଘଟଣାସ୍ଥଳରେ ପହଁଚି ଇଭିଏମ ଓ ଭିଭିପାଟ ସମେତ ଅନ୍ୟାନ୍ୟ ଭୋଟିଂ ସାମଗ୍ରୀ ଗୁଡିକୁ କୁଚିଣ୍ଡା କଲେଜ ସ୍ଥିତ ଡସବର୍ସାଲ ସେଣ୍ଟରକୁ ପଠାଇଥିବା ସୂଚନା ।
Views: 89











