ଗଞ୍ଜାମ : କାମ ଚାଲିଥିବା ବେଳେ ଫାଟିଲା ସଲଫ୍ୟୁରିକ ଗ୍ୟାସ । ଗ୍ୟାସ ଲିକ ହୋଇ ୫ ଜଣ ଗୁରୁତର ହୋଇଛନ୍ତି । ଗଞ୍ଜାମର ଗ୍ରାସୀମ କମ୍ପାନୀରେ ଅଘଟଣ ଘଟିଛି । ଆଜି ସକାଳୁ କାମ ଚାଲିଥିବା ବେଳେ ସମୟରେ ସଲଫ୍ୟୁରିକ ଟ୍ୟାଙ୍କ ପାଇପ ଫାଟି ଯାଇଥିଲା । ଫଳରେ ୫ ଜଣ ଅସୁସ୍ଥ ହୋଇପଡିଥିଲେ । ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଗୁରୁତରଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ଗଞ୍ଜାମ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଜାରି ରଖିଛି ।
Views: 72