ନୂଆଦିଲ୍ଲୀ : ପ୍ରକାଶ ପାଇଛି ଏଡିଆର ରିପୋର୍ଟ । ଷଷ୍ଠ ପର୍ୟ୍ୟାୟର ଏଡିଆର୍ ଦ୍ୱାରା ବିଶ୍ଳେଷଣ କରାଯାଇଥିବା ୮୬୬ ପ୍ରାର୍ଥୀଙ୍କ ମଧ୍ୟରୁ ୩୩୮ ଜଣ (୩୯%) କୋଟିପତି। ତେବେ ୩ ସର୍ବାଧିକ ଧନୀ ପ୍ରାର୍ଥୀଙ୍କ ଭିତରେ ପ୍ରଥମ ସ୍ଥାନରେ ଅଛନ୍ତି ବିଜେପିର ନବୀନ ଜିନ୍ଦଲ। ୧୨୪୧ କୋଟି ଟଙ୍କାର ସମ୍ପତ୍ତି ସହ ଭାରତୀୟ ଜନତା ପାର୍ଟି (ବିଜେପି) ନେତା ତଥା ଶିଳ୍ପପତି ନବୀନ ଜିନ୍ଦଲ ଲୋକସଭା ନିର୍ବାଚରନ ୨୦୨୪ର ଷଷ୍ଠ ପର୍ୟ୍ୟାୟ ନିର୍ବାଚନରେ ସବୁଠାରୁ ଧନୀ ପ୍ରାର୍ଥୀ ହୋଇଛନ୍ତି। ଷଷ୍ଠ ପର୍ୟ୍ୟାୟରେ ପ୍ରମୁଖ ଦଳଗୁଡ଼ିକ ମଧ୍ୟରେ ବିଜେଡିର ୬ ପ୍ରାର୍ଥୀଙ୍କ ମଧ୍ୟରୁ ୬ ଜଣ, ଆର୍ଜେଡିର ୪ ପ୍ରାର୍ଥୀଙ୍କ ମଧ୍ୟରୁ ୪ ଜଣ, ଜେଡିୟୁର ୪ ପ୍ରାର୍ଥୀଙ୍କ ମଧ୍ୟରୁ ୪ ଜଣ, ବିଜେପିର ୫୧ ପ୍ରାର୍ଥୀଙ୍କ ମଧ୍ୟରୁ ୪୮ ଜଣ ଏବଂ ସମାଜବାଦୀ ପାର୍ଟିର ୧୨ ପ୍ରାର୍ଥୀଙ୍କ ମଧ୍ୟରୁ ୧୧ ଜଣ ୧ କୋଟିରୁ ଅଧିକ ସମ୍ପତ୍ତି ଘୋଷଣା କରିଛନ୍ତି। ସେହିପରି କଂଗ୍ରେସର ୨୫ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୨୦ ଜଣ, ଆପ୍ର ୫ ପ୍ରାର୍ଥୀଙ୍କ ମଧ୍ୟରୁ ୪ ଜଣ ଏବଂ ଟିଏମ୍ସିର ୯ ପ୍ରାର୍ଥୀଙ୍କ ମଧ୍ୟରୁ ୭ ଜଣ ପ୍ରାର୍ଥୀଙ୍କ ସମ୍ପତ୍ତି ୧ କୋଟି ଟଙ୍କାରୁ ଅଧିକ ବୋଲି ଘୋଷଣା କରିଛନ୍ତି। ରୋହତକ ଆସନର ସ୍ବାଧୀନ ପ୍ରାର୍ଥୀ ରଣଧୀର ସିଂହ ତାଙ୍କର ସଂପତ୍ତି ମାତ୍ର ୨ଟଙ୍କା ବୋଲି ଘୋଷଣା କରିଛନ୍ତି। ସେହିଭଳି ପ୍ରତାପଗଡ଼ର ଏସ୍ୟୁସିଆଇ(ସି) ପ୍ରାର୍ଥୀ ତାଙ୍କ ସଂପତ୍ତିର ମୂଲ୍ୟ ୧୬୮୬ ଟଙ୍କା ଘୋଷଣା କରିଛନ୍ତି।
ଏଡିଆର ରିପୋର୍ଟ; ନବୀନ ଜିନ୍ଦଲ ସବୁଠୁ ଧନୀ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











