ମୁମ୍ବାଇ : ମୁମ୍ବାଇ ଡୋମ୍ବିଭିଲି ଠାରେ ଥିବା ଏକ ରୟାସନ କାରଖାନାରେ ବିସ୍ଫୋରଣ ଓ ଅଗ୍ନିକାଣ୍ଡ ଘଟି ୮ ଜଣଙ୍କର ଜୀବନ ଚାଲି ଯାଇଛି । ଏହି ଦୁର୍ଘଟଣାରେ ୪୦ରୁ ଅଧିକ ଆହତ ହୋଇଛନ୍ତି । କାରଖାନାର ବିସ୍ଫୋରଣ ଏତେ ଅଧିକ ଥିଲା ଯେ ଆଖପାଖ କୋଠାରକାଚ ଝରକା ଭାଙ୍ଗି ଯିବା ସହ ଘର ଦୋହଲି ଯାଇଥିଲା । ଡୋମ୍ବିଭିଲି ଏମ୍ଆଇଡିସି ମହାରାଷ୍ଟ୍ର ଇଣ୍ଡଷ୍ଟ୍ରିଆଲ୍ ଡେଭଲପ୍ମେଣ୍ଟ କର୍ପୋରେସନ୍ ଶିଳ୍ପାଞ୍ଚଳରେ ଥିବା ଅମୁଦାନ କେମିକାଲ୍ କମ୍ପାନିର ବଏଲର ଫାଟିଯାଇ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା। ଭୟଙ୍କର ନିଆଁ ସମଗ୍ର କାରଖାନା ପରିସର ସହ ନିକଟସ୍ଥ ତିନିଟି ଅନ୍ୟ ଶିଳ୍ପ ପ୍ରତିଷ୍ଠାନକୁ ବ୍ୟାପିଯାଇଥିଲା।ସୂଚନା ପାଇ ଘଟଣାସ୍ଥଳକୁ ଥାନେ ପୌରନିଗମର ବିପର୍ୟ୍ୟୟ ପରିଚାଳନା ସେଲ୍ର ଏକ ଟିମ୍, ଏନ୍ଡିଆର୍ଏଫ୍ର ୧୩ଜଣିଆ ଟିମ୍, ୮ଟି ଦମକଳ ଗାଡ଼ି ସହ ଅଗ୍ନିଶମ ବାହିନୀ ପହଞ୍ଚିଥିଲେ। କାରଖାନା ମଧ୍ୟରୁ ପ୍ରାୟ ୭୦ଜଣ କର୍ମଚାରୀଙ୍କୁ ଉଦ୍ଧାର କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୪୮ଜଣ ଆହତଙ୍କୁ ନିକଟସ୍ଥ ନେପ୍ଚ୍ୟୁନ୍ ଓ ଏମ୍ସ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ୨ ମହିଳାଙ୍କ ସମେତ ୮ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ୍ ଦୁଃଖ ପ୍ରକାଶ କରିବା ସହ ଆହତଙ୍କୁ ଆବଶ୍ୟକ ଚିକିତ୍ସା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ରସାୟନ କାରଖାନାରେ ବିସ୍ଫୋରଣ , ୮ଜଣଙ୍କର ଚାଲିଗଲା ଜୀବନ

Facebook
Twitter
LinkedIn
Facebook
Twitter
LinkedIn
Recent News
ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ
ବିହାର : ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ । ବିହାର ସିବାନ ଜିଲ୍ଲାରେ ଘଟିଛି ଏହି ଘଟଣା । ଭଗବାନପୁର...
ରୋହିଙ୍ଗ୍ୟା ସନେ୍ଦହରେ ପ୍ରାୟ ୪୪୦ ଅଟକ
ଝାରସୁଗୁଡା : ଝାରସୁଗୁଡ଼ାରେ ରୋହିଙ୍ଗ୍ୟା । ରୋହିଙ୍ଗ୍ୟା ସନ୍ଦେହରେ ପ୍ରାୟ ୪୪୦ ଜଣ ଅଟକ। ଝାରସୁଗୁଡାର ବ୍ଲାକ ଡାଇମଣ୍ଡ ସ୍କୁଲ ଓ ଏକ କଲ୍ୟାଣ ମଣ୍ଡପରେ ଅଟକମାନଙ୍କୁ...
ଆସନ୍ତାକାଲି ଭାରତ ବନ୍ଦ, ମିଳିତ ମଞ୍ଚର ଧର୍ମଘଟ ଡାକରା
ନୂଆଦିଲ୍ଲୀ : ଆସନ୍ତାକାଲି ଭାରତ ବନ୍ଦ । ୨୫ କୋଟିରୁ ଅଧିକ ଶ୍ରମିକ, ଯେଉଁମାନେ ବ୍ୟାଙ୍କିଙ୍ଗ, ଡାକ ସେବା, ଖଣି, ନିର୍ମାଣ ଓ ପରିବହନ ଭଳି ସରକାରୀ...
ଆସାମରେ ଭୂକମ୍ପର ଝଟକା
ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...