ଆଠଗଡ: ତରଡିଙ୍ଗ ହରିଜନସାହିରେ ନିର୍ବାଚନୀ ଗଣ୍ଡଗୋଳ । ଗଣ୍ଡଗୋଳରେ ୫ ଜଣ ଆହତ ହୋଇଛନ୍ତି । ଟଙ୍କା , ମାଦକଦ୍ରବ୍ୟ ବଣ୍ଟାକୁ ନେଇ ୨ ଗୋଷ୍ଠୀ ମୁହାଁମୁହିଁ ରୁ ତୁମୁଳକାଣ୍ଡ । ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର କର୍ମୀ ସାହିକୁ ଆସି ଟଙ୍କା ଓ ମାଦକ ଦ୍ରବ୍ୟ ବଣ୍ଟନ କରୁଥିଲେ । ଏହି ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ବିରୋଧ କରିଥିଲେ ପ୍ରତିଦ୍ୱନ୍ଦୀ ଦଳର କର୍ମୀ । ଏହାକୁ ନେଇ ଉତେଜନା ପରେ ମାରପିଟ ହୋଇଥିଲା । ବିଭିନ୍ନ ପ୍ରକାର ମାରଣାସ୍ତ୍ର ଧରି ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀ ଉପରେ୍ ଆକ୍ରମଣ କରିଥିଲେ । ଆକ୍ରମଣରେ ୫ ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ନାବାଳକକୁ କଟକକୁ ସ୍ଥାନାନ୍ତର କରାଯାଇଛି ।
Views: 108