ନୂଆଦିଲ୍ଲୀ : ଆସନ୍ତା ଜୁନରେ ଶେଷ ହେବ ଭାରତୀୟ କ୍ରିକେଟ ଟିମ ମୁଖ୍ୟ କୋଚ ରାହୁଲ ଦ୍ରାବିଡଙ୍କ କାର୍ୟ୍ୟକାଳ । ଟି-୨୦ ବିଶ୍ୱକପ ପରେ ଟିମକୁ ସମ୍ଭାଳିବେ ନୂଆ କୋଚ୍ । ଏଥିପାଇଁ ବିସିସିଆଇ କୋଚ୍ ଚୟନ ପକ୍ରିୟା ଆରମ୍ଭ କରିଦେଇଛି । ମେ ୨୭ ହେଉଛି ଆବେଦନର ଶେଷ ଦିନ । ଆଉ ଏହା ପୂର୍ବରୁ ଚର୍ଚ୍ଚାକୁ ଆସିଛନ୍ତି ଅନେଜ ଜଣାଶୁଣା ତଥା ଲୋକପ୍ରିୟ ଚେହେରା ।୪୨ ବର୍ଷୀୟ ଗମ୍ଭୀର ବର୍ତ୍ତମାନ କେକେଆର ଟିମର ମେଣ୍ଟର ଅଛନ୍ତି । ଗମ୍ଭୀରଙ୍କ ରଣନୀତିରେ ଦଳ ଚଳିତ ଆଇପିଏଲର ଫାଇନାଲରେ ପହଞ୍ଚିଛି । ଏଥିପାଇଁ ଟିମ ଇଣ୍ଡିଆ ମୁଖ୍ୟ କୋଚ ରେସରେ ଏଣିକି ଗମ୍ଭୀର ବିସିସିଆଇର ପ୍ରଥମ ପସନ୍ଦ ବୋଲି କୁହାଯାଉଛି ।ଟିମର କୋଚ ହେବାକୁ ଆଗ୍ରହ ପ୍ରକାଶ କରିଛନ୍ତି ପୂର୍ବତନ କ୍ରିକେଟର ହରଭଜନ ସିଂ। ପୂର୍ବତନ ସ୍ପିନର ହରଭଜନ ସିଂ କହିଛନ୍ତି ଯଦି ତାଙ୍କୁ କୋଚ୍ ଦାୟିତ୍ୱ ମିଳେ ତେବେ ସେ ଏହାକୁ ଖୁସିର ସହ ଗ୍ରହଣ କରିବେ । ଅନ୍ୟପଟେ ଚେନ୍ନାଇ ସୁପର କିଙ୍ଗସ କୋଚ ଷ୍ଟିଫେନ୍ ଫ୍ଲେମିଂଙ୍କୁ ଯୋଗାଯୋଗ କରିଛି ବିସିସିଆଇ ।
Views: 96