ଜଳେଶ୍ଵର : ବିଦ୍ୟୁତ୍ ବିଭାଗର ଖାମ ଖିଆଲି ନୀତି ସାଙ୍ଗକୁ ଦାୟିତ୍ବ ହୀନତା ପାଇଁ ଚାରୋଟି ନିରୀହ ଗାଈର ଜୀବନ ଯାଇଛି। ଏଭଳି ଦୁଃଖଦ ଅଭାବନୀୟ ଘଟଣା ଘଟିଛି ଜଳେଶ୍ଵର ଥାନା ନାମ୍ପ ଗ୍ରାମରେ। ପ୍ରାପ୍ତ ସୂଚନା ଅନୁଯାୟୀ ଦିନ ପ୍ରାୟ ୧୦ଟା ବେଳେ ନାମ୍ପୋ ଜଗନ୍ନାଥ ମନ୍ଦିର ନିକଟସ୍ଥ ବିଲରେ ଚାରୋଟି ଗାଈ ଚରୁଥିବା ବେଳେ ଓହଳି ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଘଟଣା ସ୍ଥଳରେ ମୃତୁ ହୋଇଛି ବୋଲି ଅଭିଯୋଗ ହୋଇଛି। ତେବେ ଏହା ପ୍ରଥମ ଘଟଣା ନୁହଁ, ଏହା ପୂର୍ବରୁ ବାରମ୍ବାର ଏଭଳି ଘଟଣା ଘଟି ବହୁ ଧନ ଜୀବନ କ୍ଷୟକ୍ଷତି ଘଟିଥିବା ବେଳେ ବିଦ୍ୟୁତ୍ ବିଭାଗର ଚେତା ପଶୁନାହିଁ। ତୁରନ୍ତ ଦୁର୍ବଳ ଓ ବିପଦ ସଙ୍କୁଳ ଅବସ୍ଥାରେ ଥିବା ତାର ଖୁଣ୍ଟି ଓ ତାରକୁ ପରିବର୍ତ୍ତନ କରିବା ସହିତ କ୍ଷତିଗ୍ରସ୍ତ ମାଲିକଙ୍କୁ ଉଚିତ୍ କ୍ଷତି ପୂରଣ ଦେବାକୁ ସାଧାରଣରେ ଦାବି ହୋଇଥିବା ବେଳେ, ଏହାର ଅବହେଳା ହେଲେ ଆଗାମୀ ଦିନରେ ଗଣ ଆନ୍ଦୋଳନ କରାଯିବ ବୋଲି କଡ଼ା ଚେତାବନୀ ଦେଇଛନ୍ତି ସ୍ଥାନୀୟ ସି.ପି.ଆଇ ଏମ ନେତା ପଲଟୁ ଦାସ ଏବଂ କଂଗ୍ରେସ ନେତା ଗୋପାଳକୃଷ୍ଣ ଜେନା।
୧୧ କେଭି ବିଦ୍ୟୁତ ତାର ନେଲା ଗାଈର ଜୀବନ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











