ଭୁବନେଶ୍ୱର : ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ପ୍ରେସମିଟ । ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କୁ ହତ୍ୟା ପ୍ରସଙ୍ଗ ଉଠାଇଲା ବିଜେପି । ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ସାଂସଦ ପ୍ରତାପ ଷଡଙ୍ଗୀ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, ବିଜେଡି ବିଭିନ୍ନ କଥା କହି ଓଡିଶାର ଜନତାଙ୍କୁ ବିଭିନ୍ନ ସମୟରେ ବିଭ୍ରାନ୍ତ କରୁଛି । ଲୋକେ ଏଭଳି ଦ୍ୱନ୍ଦ୍ୱରେ ପଡିଲେଣି ଯେ, ଶେଷରେ ବିଜେପିକୁ ଭୋଟ ଦେବାକୁ ମନସ୍ଥ କରିଛନ୍ତି । ଏବେ ଓଡିଶାର ଲୋକଙ୍କୁ ସାମନା କରିବାକୁ ବିଜେଡି ପାଖରେ ନୈତିକ ସାହାସ କି ଆତ୍ମବିଶ୍ୱାସ ନାହିଁ ।‘ପୂର୍ବରୁ ବିଜୁ ପଟ୍ଟନାୟକ ପାଞ୍ଚ ଥର ନିର୍ବାଚନ ହାରିଲେ । ଏହାକୁ ସ୍ୱୀକାର ମଧ୍ୟ କଲେ । କିନ୍ତୁ ଏବେ ବିଜେଡି ସରକାରଙ୍କ ଗୁମାସ୍ତା ନିଜ ପରାଜୟକୁ ସ୍ୱୀକାର କରିପାରୁନାହାଁନ୍ତି । ତେଣୁ ରାଜ୍ୟବାସୀଙ୍କୁ ଏଣୁତେଣୁ କଥା କହି ବିଭ୍ରାନ୍ତ କରୁଛନ୍ତି’ ବୋଲି କହିଛନ୍ତି ମନମୋହନ ସାମଲ ।
Views: 70