ଭୁବନେଶ୍ୱର : ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ ପ୍ରକ୍ରିୟା । ରାଜ୍ୟର ୪ ସଂସଦୀୟ କ୍ଷେତ୍ର ପାଇଁ ଚାଲିଛି ମତଦାନ । ୨୮ ବିଧାନସଭା କ୍ଷେତ୍ର ପାଇଁ ମଧ୍ୟ ଆରମ୍ଭ ହେବ ମତଦାନ । ମତଦାନ ଆରମ୍ଭ ପୂର୍ବରୁ ବୁଥରେ ଭୋଟର ପହଁଚିଥିଲେ । ମତାଧିକାର ସାବ୍ୟସ୍ତ କରି ଆଗାମୀ ୫ବର୍ଷ ପାଇଁ ନୂଆ ଜନପ୍ରତିନିଧି ବାଛିବେ ଭୋଟର । ସକାଳ ୭ଟାରୁ ଭୋଟ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବାକୁ ଥିବା ବେଳେ ସଂଧ୍ୟା ୬ଟା ଯାଏ ମତଦାନ ଚାଲିବ, ନୂଆକରି ଭୋଟ ଦେବାକୁ ଥିବା ଯୁବପିଢି ମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ପ୍ରଥମ ପର୍ୟ୍ୟାୟ ନିର୍ବାଚନ ଲାଗି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ମଧ୍ୟ ସମସ୍ତ ପ୍ରସ୍ତୁତି କରାଯାଇଛି । ପ୍ରଥମ ପର୍ୟ୍ୟାୟ ଭୋଟ ଲାଗି ୭ହଜାର ୩୦୩ଟି ମତଦାନ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି । ଦୁର୍ଗମ ଇଲାକା ଗୁଡିକରେ ମଧ୍ୟ ଏୟାରଡ୍ରପ୍ ଜରିଆରେ ପହଁଚିଛନ୍ତି ପୋଲିଂ ଅଧିକାରୀ । ସେହିପରି ପ୍ରଥମ ପର୍ୟ୍ୟାୟ ନିର୍ବାଚନରେ ୧୭ହଜାର ପୋଲିସ୍ ଫୋର୍ସ, ୧୦୪ କମ୍ପାନୀ ଅର୍ଦ୍ଧସାମରିକ ଯବାନ ବାହିନୀ ସୁରକ୍ଷା ଦାୟିତ୍ୱରେ ରହିଛନ୍ତି । ସୀମାନ୍ତ ଅଂଳଚରେ ମଧ୍ୟ ପୋଲିସ ପକ୍ଷରୁ କଡାକଡି ଚେକିଂ କରାଯାଉଛି । ହେଲିକପ୍ଟର ଓ ଏୟାର ଆମ୍ବୁଲାନ୍ସର ମଧ୍ୟ ବ୍ୟବସ୍ଥା କରାଯାଇଛି, ସୁରକ୍ଷା ଲାଗି ୬ଶହ ମୋବାଇଲ ପାର୍ଟି ନିୟୋଜିତ ହୋଇଥିବା ବେଳେ ଏମାନେ ସମସ୍ତ ପୋଲିଂ ବୁଥ ଯାଇ ସୁରକ୍ଷାର ତଦାରଖ କରିବେ । ସେହିପରି ଫ୍ଲାଇଂ ସ୍କ୍ୱାର୍ଡ ଓ ଷ୍ଟାଟିସଟିକ୍ ସର୍ଭେଲାନ୍ସ ଟିମ୍ ମଧ୍ୟ ମୁତୟନ ହୋଇଛନ୍ତି ।
ଆଜି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











