ବସ୍ତା : ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ନିର୍ବାଚନ ମଣ୍ଡଳୀ ପାଉଁଶକୁଲି ଠାରେ ବିଜେପି ର ମିଶ୍ରଣ ପର୍ବ ମହାଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି । କାର୍ୟ୍ୟକ୍ରମ କୁ ବରିଷ୍ଠ ନେତା ପଞ୍ଚାନନ ଦାସ ସଭାପତିତ୍ବ କରିଥିବା ବେଳେ ରାମଚନ୍ଦ୍ର ବେଶ୍ରା ମଞ୍ଚ ପରିଚାଳନା କରିଥିଲେ। ସାଂସଦ ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଓ ଜଳେଶ୍ଵର ବିଧାୟକ ପ୍ରାଥି ବ୍ରଜମୋହନ ପ୍ରଧାନ ଯୋଗ ଦେଇ ସାରା ଦେଶରେ ମୋଦିଜୀଙ୍କ ସରକାର ର ଲହର ଚାଲିଛି । ମୋଦୀଙ୍କ କ୍ରେଜ୍ ଓ ମୋଦୀଙ୍କ ଗ୍ୟାରେଣ୍ଟି ସାମ୍ନାରେ ବିରୋଧୀ ଛାନିଆ। କୋଭିଡର କଡ଼ା ମୁକାବିଲା ସହିତ ମାଗଣା ଟିକା ବଣ୍ଟନ, ଦେଶର ଅର୍ଥନୈତିକ ବିକାଶ ସାଙ୍ଗକୁ ସାମରିକ କ୍ଷେତ୍ରରେ ଦେଶର ଉନ୍ନତି ପାଇଁ ଆଜି ଭାରତ ସାରା ବିଶ୍ବରେ ପରିଚିତ। କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣ କାରୀ ଯୋଜନା ବିଷୟରେ ବଖାଣିବା ସହିତ, ଉଭୟ କଂଗ୍ରେସ ଓ ବିଜେଡି ସରକାରଙ୍କ ଜନମାରଣ ନୀତିକୁ କଡା ସମାଲୋଚନା କରି, ଦେଶ ଓ ରାଷ୍ଟ୍ରର ହିତ ପାଇଁ ଉଭୟ ସାଂସଦ ଓ ବିଧାୟକଙ୍କୁ ପଦ୍ମ ଚିହ୍ନରେ ମତଦାନ କରି ରାଜ୍ୟ ଓ କେନ୍ଦ୍ରରେ ଡବଲ ଇଞ୍ଜିନ ସରକାର ଗଠନ କରିବାକୁ ଆହ୍ବାନ ଦେଇ ଥିଲେ। ଏହି ଅବସରରେ ପାଉଁଶକୁଲି ସରପଞ୍ଚ ବିନ୍ଦୁ ବାଳା ସେନାପତି ତାଙ୍କ ସ୍ଵାମୀ ସମାଜ ସେବୀ ଶିଶିର ସେନାପତି ସମେତ ପାଉଁଶକୁଲି ପଞ୍ଚାୟତ ର ୱାର୍ଡ ସଭ୍ୟା ଦେବଜାନୀ ପାତ୍ର,ସୁକାନ୍ତି ମାହାର, ପୂର୍ବତନ ନାଏବ ସରପଞ୍ଚ ବରେନ୍ଦ୍ର ପରିଡ଼ା, ଲକ୍ଷ୍ମଣ ମୁର୍ମୁ, ଶିଶିର ସାହୁ, ଦୟାନିଧି ସାହୁ, ରବୀନ୍ଦ୍ର କରଣ, ଅରବିନ୍ଦ ପାତ୍ର, ଜଗବନ୍ଧୁ ପରିଡ଼ା, ରତ୍ନାକର ଦାସ, ଲିଙ୍କନ ସାହୁ, ଏବଂ କରୁଅ ପଞ୍ଚାୟତ ର ୱାର୍ଡ ସଭ୍ୟ ପଞ୍ଚାନନ ପାତ୍ର ମଧୁସୂଦନ ଦାସ ଙ୍କ ସହିତ ଆଖପାଖ ପଞ୍ଚାୟତ ରୁ ଶତାଧିକ କର୍ମୀ, ବିଜେଡି ଓ କଂଗ୍ରେସ ଦଳ ଛାଡି ଭାଜପାରେ ଯୋଗ ଦେଇ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ନିର୍ବାଚନ ମଣ୍ଡଳୀ ପ୍ରଭାରୀ ପରମାନନ୍ଦ ମହାପାତ୍ର , ଜିଲ୍ଲା କାର୍ୟ୍ୟକାରୀଣି ସଦସ୍ୟ ବାସୁଦେବ ପଣ୍ଡା, ପୁଟୁରା ସରପଞ୍ଚ ରାଧାକୃଷ୍ଣ ବେହେରା, ସିଂଲା ସରପଞ୍ଚ ବିପିନ ବିଶ୍ଵାଳ, ସରୋଜ କୁମାର ପ୍ରଧାନ, ବିରଞ୍ଜନ ଦାସ ମହାପାତ୍ର, ଭାସ୍କର ଚନ୍ଦ୍ର ଘୋଷ, ମୃତ୍ୟୁଞ୍ଜୟ ବାରିକ୍, ମାଳତୀ ଦାସ, ପ୍ରମୁଖ ଉପସ୍ଥିତ ହୋଇ ନବାଗତ କର୍ମୀଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ଦଳକୁ ସ୍ୱାଗତ କରିଥିଲେ।
ପାଉଁଶକୁଲିରେ ବିଜେପିର ମିଶ୍ରଣ ପର୍ବ

Facebook
Twitter
LinkedIn
Facebook
Twitter
LinkedIn
Recent News
ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ
ବିହାର : ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ । ବିହାର ସିବାନ ଜିଲ୍ଲାରେ ଘଟିଛି ଏହି ଘଟଣା । ଭଗବାନପୁର...
ରୋହିଙ୍ଗ୍ୟା ସନେ୍ଦହରେ ପ୍ରାୟ ୪୪୦ ଅଟକ
ଝାରସୁଗୁଡା : ଝାରସୁଗୁଡ଼ାରେ ରୋହିଙ୍ଗ୍ୟା । ରୋହିଙ୍ଗ୍ୟା ସନ୍ଦେହରେ ପ୍ରାୟ ୪୪୦ ଜଣ ଅଟକ। ଝାରସୁଗୁଡାର ବ୍ଲାକ ଡାଇମଣ୍ଡ ସ୍କୁଲ ଓ ଏକ କଲ୍ୟାଣ ମଣ୍ଡପରେ ଅଟକମାନଙ୍କୁ...
ଆସନ୍ତାକାଲି ଭାରତ ବନ୍ଦ, ମିଳିତ ମଞ୍ଚର ଧର୍ମଘଟ ଡାକରା
ନୂଆଦିଲ୍ଲୀ : ଆସନ୍ତାକାଲି ଭାରତ ବନ୍ଦ । ୨୫ କୋଟିରୁ ଅଧିକ ଶ୍ରମିକ, ଯେଉଁମାନେ ବ୍ୟାଙ୍କିଙ୍ଗ, ଡାକ ସେବା, ଖଣି, ନିର୍ମାଣ ଓ ପରିବହନ ଭଳି ସରକାରୀ...
ଆସାମରେ ଭୂକମ୍ପର ଝଟକା
ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...