କେନ୍ଦୁଝର: ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ପିଆଜ ବୋଝେଇ ଟ୍ରକ । ଦୁର୍ଘଟଣାରେ ଡ୍ରାଇଭରଙ୍କ ସ୍ତ୍ରୀ ଓ ଦୁଇ ଶିଶୁ ଆହତ । ଆହତଙ୍କୁ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । କେନ୍ଦୁଝର ଜାତୀୟ ରାଜପଥ ନାଶିକରୁ ପିଆଜ ନେଇ ଟାଟା ଯାଉଥିଲା ଟ୍ରକ । ଏହି ସମୟରେ ଟ୍ରକଟି ଜୁଡିଆ ଘାଟିରେ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଛି । ଟ୍ରକଟି ଓଲଟି ପଡିବା ସମୟରେ ଜାତୀୟ ରାଜପଥର ଅପରପାଶ୍ୱର୍ରେ ଯାଉଥିବା ଆଉ ଏକ ଟ୍ରକ ସାମ୍ନାରେ ପିଆଜ ବସ୍ତା ସବୁ ପଡିଥିଲା । ଘଟଣା ସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛିା
Views: 84











