କଣ୍ଟାବାଞ୍ଜି: ଶୈାଚ ପାଇଁ ଯାଉଥିବା ବେଳେ ଯୁବକଙ୍କ ଉପରେ ମାଡିଗଲା ଅଜଣା ଗାଡି । ବଲାଙ୍ଗୀର ଜିଲ୍ଲା ସିଂଧେକେଲା ଥାନା ଅନ୍ତର୍ଗତ ଶୁଣ୍ଢିମୁଣ୍ଡା ଗାଁରେ ଏପରି ଦୁର୍ଘଟଣା ଘଟିଛି । ମୃତ ଜଣକ ହେଲେ ଶୁଣ୍ଢିମୁଣ୍ଡା ଗାଁର ଭୂଦେବ ଗହୀର । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ନୂଆପଡା ଜିଲ୍ଲା ଖଡିଆଳରୁ କଳାହାଣ୍ଡି ଜିଲ୍ଲାକୁ ଯିବା ଆସିବା ଠପ ହୋଇଯାଇଛି । ଘଟଣାସ୍ଥଳରେ ସିଂଧେକେଲା ପୋଲିସ ଲୋକଙ୍କୁ ବୁଝାସୁଝା କରୁଛି ।
Views: 75











