ଭୁବନେଶ୍ୱର: ବିଭିନ୍ନ ସ୍ଥାନରେ କାଳ ବୈଶାଖୀର ତାଣ୍ଡବ । ବର୍ଷା ସହ ପବନ ଯୋଗୁ ଅନେକ ଗଛ ଭାଙ୍ଗିପଡ଼ିଛି । ବିଦ୍ୟୁତ୍ ତାର ଛିଣ୍ଡି ଯିବାରୁ ରାତିସାରା ବିଦ୍ୟୁତ ସେବା ବ୍ୟାହତ ହୋଇଥିଲା । ଅନେକ ଚାଷ ଜମି ନଷ୍ଟ ହୋଇଛି । ବିଲରେ ରାଶି ଚାଷ କରିଥିବା ଚାଷୀଙ୍କ ଫସଲ ନଷ୍ଟ ହୋଇଛି । ବର୍ଷା ଅଭାବରୁ ପାଣି ଛିଂଚି ରାଶି ଫସଲ ଲଗାଇଥିଲେ କିନ୍ତୁ କାଲିର ବର୍ଷା ଓ ପବନ ଏକର ଏକର ରାଶି ଗଛକୁ ନଷ୍ଟ କରିଦେଇଛି । କାଳବୈଶାଖୀ ତାତିରୁ ଆଶ୍ୱସ୍ତି ଦେିଥିବା ବେଳେ ଅନେକ ସ୍ଥାନରେ ଫସଲ ନଷ୍ଟ ନଷ୍ଟ ହୋଇଛି ।
Views: 87











