ବ୍ରହ୍ମପୁର : ବ୍ରହ୍ମପୁର କନିଷି ଜନସଭାରୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ । ଜୟ ଜଗନ୍ନାଥ ଓ ଜୟ ଶ୍ରୀରାମ ନାରା ଦେଇ ଜନତାଙ୍କ ଆଶୀର୍ବାଦ ଲୋଡିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପରେ ଲୋକଙ୍କୁ କେନ୍ଦ୍ରର ସବୁ ଯୋଜନାକୁ ଗୋଟି ଗୋଟି କରି ଗଣାଇବା ସହ ବିଜେଡି ସରକାର ଉପରେ ବର୍ଷିଛନ୍ତି । କହିଛନ୍ତି ଓଡିଶା ପାଇଁ ଦିଲ୍ଲୀରୁ ଟଙ୍କା ପଠାଉଛି ମୋଦୀ ସରକାର । ହେଲେ ଏହାକୁ ନିଜର ଯୋଜନା କହି ଏହା ଉପରେ ନିଜ ଷ୍ଟିକର ଲଗାଇ ବାହାବା ନେଉଛି ବିଜେଡି ସରକାର । ପ୍ରଧାନମନ୍ତ୍ରୀ ସଡକ ଯୋଜନା , ଜଳଜୀବନ ଯୋଜନା ପାଇଁ ଯଥେଷ୍ଟ ଟଙ୍କା ପଠାଇଛି ମୋଦୀ ସରକାରୀ । ହେଲେ ଏହାକୁ ଖର୍ଚ୍ଚ କରିପାରିଲାନି ବିଜେଡି ସରକାର । ଏପରିକି କେନ୍ଦ୍ର କରିଥିବା ଆୟୁଷ୍ମାନ ଯୋଜନାକୁ ତ ବିଜେଡି ସରକାର ରାଜ୍ୟରେ କାର୍ୟ୍ୟକାରୀ କରିବାକୁ ଦେଲେନି । ହେଲେ ଲେଖିରଖ .. ଜୁନ୍ ୧୦ରେ ଯେଉଁଦିନ ଭୁବନେଶ୍ୱରରେ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ନେବେ ସେହିଦିନ ହିଁ ଓଡିଶାରେ ଆୟୁଷ୍ମାନ ଯୋଜନା ଲାଗୁହେବ । କାହାରି ଘରେ ବୟସ୍କଙ୍କ ପାଇଁ ନିଜ ହାତରୁ ଟଙ୍କାଟିଏ ଖର୍ଚ୍ଚ କରିବାକୁ ପଡିବନି ।
ରାଜ୍ୟ ସରକାରଙ୍କୁ ମୋଦୀଙ୍କ ଟାର୍ଗେଟ; ଓଡିଶା ପାଇଂ ମୋଦୀ ଦିଲ୍ଲୀରୁ ପଠାଉଛନ୍ତି ଟଙ୍କା କିନ୍ତୁ ବିଜେଡି ସରକାର ନିଜର ଷ୍ଟିକର ଲଗାଇ ବାହାବା ନେଉଛି,.
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











