ପୁରୀ :ଆଜି ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ । ବୈଶାଖ ଶୁକ୍ଲ ତ୍ରୟୋଦଶୀ ତିଥି ଉପଲକ୍ଷେ ଶ୍ରୀ ବିଗ୍ରହଙ୍କର ପଇତା ଲାଗି ନୀତି ଅନୁଷ୍ଠିତ ହେବ । ଏ ନେଇ ୪ ଘଣ୍ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଶ୍ରୀଜିଉଙ୍କ ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଶ୍ରୀମନ୍ଦିରରେ ଦ୍ଵିତୀୟ ଭୋଗମଣ୍ଡପ ପୂଜା ବଢିବା ପରେ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ୟ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।ଏହି ଗୁପ୍ତାନୀତିକୁ ଦଇତାପତି ଓ ଅନ୍ୟାନ୍ୟ ସେବାୟତ ମାନେ ସମ୍ପାଦନ କରିବେ।
Views: 45