The Ultimate Managed Hosting Platform
ADVERTISEMENT

ଟ୍ରକ-ପିକଅପ ଧକ୍କା: ୯ ମୃତ

Facebook
Twitter
LinkedIn

ଛତିଶଗଡରେ ଟ୍ରକକୁ ଧକ୍କା ଦେଲା ପିକଅପ ଭ୍ୟାନ । ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୩ ଆହତ । ବେମେତରା ଜିଲ୍ଲା କଥିଆ ଗାଁ ନିକଟରେ ବିଳମ୍ବିତ ରାତିରେ ଦୁର୍ଘଟଣା । ମୃତକଙ୍କ ମଧ୍ୟରେ ୫ ଜଣ ମହିଳା ଥିବା ବେଳେ ୩ ଜଣ ଶିଶୁ ରହିଛନ୍ତି । ୨୩ ଜଣ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ବେମତାରା ଥାନା ସ୍ଥିତ କାଠିଆ ପେଟ୍ରୋଲ ପମ୍ପ ନିକଟରେ ଏହି ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ପାର୍କ ହୋଇଥିବା ଏକ କାର ପିକଅପ୍ ଭ୍ୟାନ ଧକ୍କା ଦେଇଥିଲା। ପିକଅପ୍ ଭ୍ୟାନରେ ଥିବା ସମସ୍ତ ଲୋକ କୌଣସି ଏକ କାର୍ୟ୍ୟକ୍ରମରେ ଯୋଗଦେଇ ଗାଁକୁ ଫେରୁଥିଲେ । ତେବେ ଘଟଣାସ୍ଥଳରେ ପୋଲିସ ଓ ଉଦ୍ଧାରକାରୀ ଦଳ ପହଞ୍ଚି ରେସ୍କ୍ୟୁ ଅପରେସନ୍ ଆରମ୍ଭ କରିଥିଲେ । ପରେ ଆହତଙ୍କୁ ଚିକିତ୍ସା ପାଇଁ ପାଇଁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login