The Ultimate Managed Hosting Platform
ADVERTISEMENT

ବିଜାପୁରରେ ମାଓ ହିଂସା; ଠିକା କମ୍ପାନୀର ଯନ୍ତ୍ରୀଙ୍କୁ ଅପହରଣ

Facebook
Twitter
LinkedIn

ମାଲକାନଗିରି: ପୁଣି ବିଜାପୁରରେ ତେଜିଲା ମାଓ ହିଂସା । ଠିକା କମ୍ପାନୀର ଜଣେ ଯନ୍ତ୍ରୀଙ୍କୁ ଅପହରଣ କରିନେଲେ ମାଓବାଦୀ । ମାଲକାନଗିରି ଓ ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲ୍ଲାର ଇନ୍ଦ୍ରାବତୀ ନଦୀ ଉପରେ ପୋଲ ନିର୍ମାଣ ଚାଲୁଥିଲା । ସେହି ପୋଲ କାର୍ଯ୍ୟକୁ ଗୁପ୍ତା କନଷ୍ଟ୍ରକ୍ସନ ନାମକ ଏକ ଠିକା କମ୍ପାନୀର ନେଇଥିଲା । ଯନ୍ତ୍ରୀ ପାଣ୍ଡେରାମ ସେଠାରେ କାର୍ଯ୍ୟ କରୁଥିବା ବେଳେ ତାଙ୍କୁ ମାଓବାଦୀମାନେ ଅପହରଣ କରିନେଇଛନ୍ତି । ତେବେ ଘଟଣା ସ୍ଥଳରେ ଡିଆରଜି ବାହିନୀ ପହଞ୍ଚିବା ପରେ ନକ୍ସଲ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏ ନେଇ ଅଭିଯୋଗ ହେବା ପରେ ପୋଲିସ ପକ୍ଷରୁ ଯନ୍ତ୍ରୀଙ୍କୁ ଉଦ୍ଧାର ପାଇଁ ସେହି ଅଞ୍ଚଳରେ କମ୍ବିଂ ଅପରେସନ ଜାରି ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login