ଢେଙ୍କାନାଳ : ନିଆଁ ଲାଗି ଜଳିଗଲା ବସ , ବର୍ତ୍ତିଗଲେ ଯାତ୍ରୀ । ଏନଏଚ ୫୫ ଆନନ୍ଦନଗର ନିକଟରେ ଜଳିଗଲା ବସ । ବସଟି ଅନୁଗୁଳ ରୁ ଭୁବନେଶ୍ୱର ଆସୁଥିବା ବେଳେ ଅଘଟଣ ଘଟିଥିଲା । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ଦମକଳବାହିନୀ ଦ୍ୱାରା ନିଆଁ ଆୟତ୍ତ ହୋଇଥିଲା । ପ୍ରିୟାଶୀ ନାମକ ଏକ ଯାତ୍ରୀବାହୀ ବସରେ ହଠାତ ନିଆଁ ଲାଗିଯାଇଥିଲା । ବସ ଡ୍ରାଇଭର ତୁରନ୍ତ ଗାଡି ଆଟକାଇ ଯାତ୍ରୀମାନଙ୍କୁ ତଳକୁ ଓହ୍ଲାଇ ଦେଇଥିଲେ । ଫଳରେ କାହାର କୈାଣସି କ୍ଷତି ହୋଇନାହିଁ । ବସଟି ସମ୍ପୁର୍ଣ୍ଣ ଜଳିଯାଇଛି ।
Views: 59