ଭୁବନେଶ୍ବର: ଆସନ୍ତା ୨୮ ତାରିଖରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ଓଡ଼ିଶା ଆସିବେ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପିର ପ୍ରାକ୍ତନ ସଭାପତି ସମୀର ମହାନ୍ତି। ସେ କହିଛନ୍ତି, ଜେ.ପି ନଡ୍ଡା ୨୮ରେ ଦିନିକିଆ ଓଡ଼ିଶା ଗସ୍ତରେ ଆସି ବ୍ରହ୍ମପୁରରେ ଏକ ଜନସଭାରେ ଉଦବୋଧନ ଦେବେ। ତାପରେ ସେ ନବରଙ୍ଗପୁରକୁ ଯାଇ ବିଜେପି କାର୍ୟ୍ୟକର୍ତ୍ତାମାନଙ୍କୁ ଭେଟିବାର କାର୍ୟ୍ୟକ୍ରମ ରହିଛି।
Views: 60