The Ultimate Managed Hosting Platform
ADVERTISEMENT

ନିର୍ବାଚନ ଓ ମାଓ ସମୀକ୍ଷା କରିବାକୁ ସ୍ୱାଭୀମାନ ଅଞ୍ଚଳ ଗସ୍ତରେ ଡିଜିପି

Facebook
Twitter
LinkedIn

କୋରାପୁଟ: ପଞ୍ଚାୟତ ନିର୍ବାଚନ ଓ ମାଓ ସମୀକ୍ଷା କରିବାକୁ ସ୍ୱାଭୀମାନ ଅଞ୍ଚଳ ଗସ୍ତରେ ଡିଜିପି ସୁନୀଲ ବଂଶାଲ । ପୋଲିସ ଡିଜି ମାଓ ମୁକାବିଲା କ୍ଷେତ୍ରରେ ସ୍ୱାଭିମାନ ଅଞ୍ଚଳରେ ପୋଲିସର ଭୁମିକାକୁ ଡିଜିପି ପ୍ରଶଂସା କରିଛନ୍ତି । ସ୍ୱାଭିମାନ ଅଞ୍ଚଳରେ ପଞ୍ଚାୟତ ନିର୍ବାଚନ କିଭଳି ସୁରୁଖୁରୁରେ ହୋଇ ପାରିବ ସେ ନେଇ ଗୁରୁତ୍ୱ ଦିଆଯାଉଥିବା ଡିଜିପି କହିଛନ୍ତି । ହେଲିକପ୍ଟର ମାଧ୍ୟମରେ ସ୍ୱାଭିମାନ ଅଂଚଳ ଯୋଡ଼ାମ୍ଭ ହନ୍ତାଳଗୁଡା ବିଏସ୍ଏଫ୍ କ୍ୟାମ୍ପରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ଡିଜିପି ପ୍ରଥମ ଥର ଲାଗି ସ୍ୱାଭିମାନ ଅଞ୍ଚଳରେ ପାଦ ଦେଇଥିବାରୁ ଡିଜିପି ଖୁସି ବ୍ୟକ୍ତ କରିଛନ୍ତି ବିଏସ୍ଏଫ୍ ଏବଂ ପୋଲିସର ମିଳିତ କାଯର‌୍ୟକ୍ରମକୁ ଡିଜିପି ପ୍ରଶଂସା କରିଛନ୍ତି । ଏହା ପୂର୍ବରୁ କୋରାପୁଟ ଗସ୍ତରେ ଯାଇ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ଓ ମାଓବାଦୀ ମୁକାବିଲା ନେଇ ସମୀକ୍ଷା କରିଥିଲେ ପୋଲିସ ଡିଜି । ବୈଠକରେ ଗୁଇନ୍ଦା ନିର୍ଦ୍ଦେଶକ, ଆଇଜି ଅପରେସନ, ବିଏସ୍‌ଏଫ୍ ଆଇଜି ଉପସ୍ଥିତ ଥିଲେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ସମେତ ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login